ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲା ଖମାର ଥାନା ବନର ଦେଇ ଯାଇଥିବା ୧୪୯ ନ. ଜାତୀୟ ରାଜପଥ ଉପରେ। ମୃତକ ଜଣକ ହେଲେ ବନର ଗାଁର ବୀରବର ଦେହୁରୀ।
ସୂଚନା ମୁତାବକ, ବୀରବର ସକାଳ ସମୟରେ ଜିନିଷ ପତ୍ର କିଣିବା ପାଇଁ ନିକଟରେ ଥିବା ଦୋକାନକୁ ଯାଉଥିବା ବେଳେ ପାଳଲହଡା ପଟୁ ଦୃତ ଗତିରେ ଆସୁଥିବା ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା। ତାଙ୍କ ମୁଣ୍ଡରେ ଟ୍ରଲର ଟି ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ତେବେ ବାରମ୍ବାର ଏମିତି ଦୁର୍ଘଟଣା ଘଟୁଥିବା ସହିତ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଛନ୍ତି। ଫଳରେ ଜାତୀୟ ରାଜପଥ ଦୁଇ ପାଖରେ ସହ ସହ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି। ପୋଲିସ ଘାଟଣସ୍ଥଳର ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି ।