ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଲକ୍ଷ୍ନୌ,୨୭।୮: ଉତ୍ତରପ୍ରଦେଶର ଇଟାୱା ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ବସ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ବେକେୱର ପୋଲିସ ଷ୍ଟେସନ ଅଞ୍ଚଳର ସିକ୍ସଲାନେ ରାଜପଥରେ ବିଜୁଳି ଗ୍ରାମଠାରୁ ଏକ କିଲୋମିଟର ଦୂରରେ ଥିବା କାନପୁରରୁ ଇଟାୱା ମାର୍ଗରେ ଏକ ଟ୍ରକ ସହ ଏକ ରୋଡୱେ ବସ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ରୋଡୱେ ବସର ୪ ଜଣ ଯାତ୍ରୀଙ୍କ ମୁତ୍ୟୁ ଘଟିଛି। ପ୍ରାୟ ୨୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଗୁରୁବାର ରାତି ପ୍ରାୟ ୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି।