ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ମୁମ୍ବାଇରୁ ଆସିଥିବା ଆଦମିନ(୨୬), ମହେରୂପ (୨୫) ଓ କୋମନାର ଅଗ୍ରଲୁଲ ଅଲ୍ଲୀ(୨୫)। ଆହତମାନେ ହେଲେ ଇସାଦି ମହମ୍ମଦ, ଯୋଗେଶ ସାହୁ, ପ୍ରଭାସ ମହାନ୍ତି, ଆସିମ ଅଲ୍ଲୀ। ସେମାନେ କୋମନାସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ। ସେଠାରୁ କୌଣସି କାମରେ ଏକ ୪ ଚକିଆ ଗାଡ଼ିରେ ଖଡ଼ିଆଳ ଯାଉଥିଲେ। ତିଖାଲି ଡ୍ୟାମ ଛକଠାରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା।