ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ବ୍ଲକ୍‌ ଅଞ୍ଚଳର ଏକାଧିକ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇ ବିଭିନ୍ନ ବ୍ୟଞ୍ଜନ ପ୍ରଦର୍ଶନ କରିଥିଲେ। ବିଶେଷ କରି ଓଡ଼ିଆ ଖାଦ୍ୟ ପ୍ରସ୍ତୁତି କରିଥିଲେ।ମାଣ୍ଡିଆରେ ପ୍ରସ୍ତୁତ ଲଡ଼ୁ, କ୍ଷିରୀ, ସୁପ୍‌, ପିଠାରେ କାକେରା, ଆରିଶା, ମଣ୍ଡା, ଚକୁଳି ଆଦି ପ୍ରସ୍ତୁତ କରାଯାଇଥିବା ବେଳେ କୋଦ ଖେଚୁଡ଼ି, ମାଣ୍ଡିଆ ଇଟିଲି ପିଠା, ବାଦାମ ଚଟଣି, ମୁଗ ଡାଲମା ଭଳି ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତି ଓ ପ୍ରଦର୍ଶନ କରିଥିଲେ।

ଏହି ପ୍ରତିଯୋଗିତାରେ କୃତି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଆନନ୍ଦମୟୀ ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀୟା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ଏବଂ ଆଶା ସ୍ବୟଂ ସହାୟକ ଗୋଷ୍ଠୀ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିଲେ। ସେମାନଙ୍କୁ ବିଡ଼ିଓ ପୁରସ୍କୃତ କରିଥିଲେ କାର୍ଯ୍ୟକ୍ରମକୁ ଓଡ଼ିଶା ଜୀବିକା ମିଶନର ବିପିଏମ ପିଣ୍ଟୁ ନାୟକ ଓ ଅନ୍ୟ କର୍ମଚାରୀ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Share