ହିଞ୍ଜିଳିକାଟୁ,୪।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପରିବା ବଜାରରେ ରାସ୍ତାକଡ଼ ଓ ଡ୍ରେନ୍ ଉପରେ ବ୍ୟବସାୟ କରୁଥିବା ବେପାରୀଙ୍କୁ ନିକଟରେ ଥିବା ଭେଣ୍ଡିଂ ଜୋନରେ ବ୍ୟବସାୟ କରିବାକୁ ପୌର କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବଜାର ନିକଟ ଭେଣ୍ଡିଂ ଜୋନକୁ ମାଟି ପକାଇ ପ୍ରସ୍ତୁତ କରାଯାଇଛି।
ଅନ୍ୟପକ୍ଷରେ ବହୁ ଦିନରୁ ପୋତି ହୋଇଯିବା ଡ୍ରେନକୁ ଗୁରୁବାର ପୌର ପରିଷଦ ପକ୍ଷରୁ ସଫା କରାଯାଇଛି। ରାସ୍ତା ଜାମ୍ ହେଉଥିବାରୁ ବ୍ୟବସାୟୀମାନେ ଭେଣ୍ଡିଂ ଜୋନ୍ରେ ବେପାର କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପୌର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ବେଆଇନ ଭାବେ ପୌର ପରିଷଦ ବଜାର ଗୃହକୁ ବଢ଼ାଇ ଥିବା ଅଂଶକୁ ଉଚ୍ଛେଦ ପାଇଁ ମଧ୍ୟ ପୌର କତ୍ତୃପକ୍ଷ ଚିନ୍ତା କରୁଥିବା ଜଣାପଡିଛି। ଭେଣ୍ଡିଂ ଜୋନକୁ ଯାଇ ଲୋକମାନେ ପରିବା କିଣୁ ନ ଥିବାରୁ ସେଠାରେ ବ୍ୟବସାୟ କରୁଥିବା ବେପାରୀ ବିଶେଷ କ୍ଷତି ସହିବାକୁ ପଡୁଛି ବୋଲି ବହୁ ବ୍ୟବସାୟୀ କହିଛନ୍ତି।
Dharitri – Odisha’s No.1 Odia Daily