ଟିପିସିଓଡିଏଲର ଉଦ୍ୟମୀ ସଶକ୍ତିକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୯।୯(ଅନୁରାଧା ମହାରଣା)- ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିସିଓଡିଏଲ) ଦ୍ୱାରା ଏମଡିସି ଭୁବନେଶ୍ୱରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ‘ଆଫିରମେଟିଭ କମ୍ୟୁନିଟି’ରୁ ଆସିଥିବା ଉଦ୍ୟମୀମାନଙ୍କୁ ସଶକ୍ତ କରିବା ଓ ସେମାନଙ୍କ ବ୍ୟବସାୟିକ ଉନ୍ନତି ଓ ବିକାଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଦଳିତ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଡିକ୍କି)ର ଜାତୀୟ ଅଧ୍ୟକ୍ଷ ପଦ୍ମଶ୍ରୀ ରବି କୁମାର ନାରା, ଉତ୍ତର ଭାରତ ଅଧ୍ୟକ୍ଷ କୁୱଂର ଶଶାଙ୍କ ଟିପିସିଓଡିଏଲର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଏହି ଅବସରରେ ପଦ୍ମଶ୍ରୀ ରବି କୁମାର ନାରା ସମାଜିକ ଓ ଆର୍ଥିକ ବିକାଶରେ ସମାବେଶୀ ଉଦ୍ୟମିତାର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ। ଟିପିସିଓଡିଏଲର ବରିଷ୍ଠ କର୍ମକର୍ତ୍ତାମାନେ ମଧ୍ୟ ଏହି ମହତ ପଦକ୍ଷେପରେ ସହଭାଗୀ ହେବା ଗୌରବର ବିଷୟ ବୋଲି କହିବା ସହ ସମାଜର ସବୁ ବର୍ଗର ଲୋକଙ୍କୁ ସମାନ ସୁଯୋଗ ଦେବା ପାଇଁ କମ୍ପାନୀଙ୍କ ଦୃଷ୍ଟିକୋଣକୁ ପ୍ରକାଶ କରିଥିଲେ। ଏହି ଅବସରରେ କୁୱଂର
ଶଶାଙ୍କ ଟିପିସିଓଡିଏଲର ସମାବେଶୀ ଓ ବିଭିନ୍ନତାପୂର୍ଣ୍ଣ ନୀତିକୁ ଗ୍ରହଣ କରିବା ସହ ଟାପ ଅଧୀନରେ ସକାରାତ୍ମକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସାମଗ୍ରିକ ବିକାଶ ଦ୍ୱାରା ହିଁ ପ୍ରକୃତ ବିକାଶ ହୋଇଥାଏ। ଆଫିରମେଟିଭ କମ୍ୟୁନିଟିର ଉଦ୍ୟମୀମାନଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ। ଏହି ପଦକ୍ଷେପ ସେମାନଙ୍କୁ କେବଳ ବ୍ୟବସାୟିକ ସୁଯୋଗ ଦେବ ନାହିଁ ବରଂ ଓଡ଼ିଶାର ସାମାଜିକ ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ଟିପିସିଓଡିଏଲର ସିଇଓ ଅରିଭିନ୍ଦ ସିଂହ ମତ ଦେଇଛନ୍ତି। ସମାଜର ସମସ୍ତ ଶ୍ରେଣୀର ଉଦ୍ୟମୀ ପ୍ରତିଭା ମାନଙ୍କୁ ଆଗକୁ ବଢିବାର ସୁଯୋଗ ଦେବା ପାଇଁ ଏକ ମଞ୍ଚ ପ୍ରଦାନ କରିବ, ଏଥି ପାଇଁ ପାଇଁ ଆମେ ଗର୍ବିତ ଥିବା ଟିପିସିଓଡିଏଲର ସିଓଓ ଦୁଷ୍ୟନ୍ତ ତ୍ୟାଗୀ ବୋଲି କହିଛନ୍ତି ।