ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ରବିବାରଠାରୁ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ‘ତାମ୍ପରା ତରଙ୍ଗିଣୀ’ l ବର୍ତ୍ତମାନ ଏହାର ମଜା ନେଇଛନ୍ତି ପର୍ଯ୍ୟଟକ l
ଏପରିକି କାର୍ଯକ୍ରମରେ ଅଞ୍ଚଳର କଳାକାରମାନେ ନିଜ ପ୍ରତିଭା ଦେଖାଇଛନ୍ତି। ଛତ୍ରପୁରର କଳା ବିକାଶ କେନ୍ଦ୍ର, ଡ଼ିଏସ୍ଆର ଡ୍ୟାନ୍ସ ଏକାଡେମୀ ଏବଂ ନଟରାଜ କଳା କେନ୍ଦ୍ରର କଳାକାରମାନେ ଓଡିଶୀ, କୁଚିପୁଡ଼ି, ଭଜନ ସହିତ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ l
ପ୍ରତ୍ୟେକ ରବିବାର ସନ୍ଧ୍ୟାରେ ଏଭଳି କାର୍ଯ୍ୟକ୍ରମ କରାଯିବ l ତାମ୍ପରା ହ୍ରଦ ପ୍ରାୟ ୩ ଶହ ହେକ୍ଟର ଜାଗାରେ ରହିଛି। ଏହାର ଗୋଟିଏ ପାର୍ଶ୍ୱରେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟ ପାର୍ଶ୍ୱରେ ବେଳାଭୂମି। ସରକାର ତାମ୍ପରାକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେଇଛନ୍ତି।
ଏଠାରେ ଏବିସି ବୋଟିଂ କ୍ଲବ ପକ୍ଷରୁ ଏଠାରେ ବୋଟିଂ, ୱାଟର ସ୍ପୋଷ୍ଟ, ଜେଟି ଆଦି ବିଭିନ୍ନ ପ୍ରକାରର ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟକଙ୍କ ବୋଟିଂରେ କିଛି ଯେପରି କୈାଣସି ଅଘଟଣ ନ ହେବ ସେଥିନିମନ୍ତେ ସମସ୍ତଙ୍କୁ ଲାଇଫ ଜ୍ୟାକେଟ ଦିଆଯାଉଛି।