ଦାରିଙ୍ଗବାଡି, ୨୪।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତ ପର୍ଯ୍ୟଟନକ୍ଷେତ୍ର ଲଭର୍ସ ପଏଣ୍ଟରେ ଶନିବାର ସାରେ ଏକ ଅଘଟଣ ଘଟିଛି। ପାର୍କିଂ କରାଯାଇଥିବା କାରଟି ଡଡୁବାଡା ନଦୀ ଖାତକୁ ଗଡି ଯାଇ ଏକ ଗଛରେ ଅଟକି ଯାଇଥିଲା। ଫଳରେ କାରରେ ବସିଥିବା ଜଣେ ମହିଳା ପର୍ଯ୍ୟଟକ ଫସି ରହିଥିଲେ। ତୁରନ୍ତ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ଅଗ୍ନିଶମ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କ କୌଣସି କ୍ଷତି ପହଞ୍ଚି ନ ଥିଲେ ମଧ୍ୟ ସେ ସାମାନ୍ୟ ଆହତ ହୋଇଛନ୍ତି। ଖବର ଲେଖିବା ସୁଦ୍ଧା କାର୍ଟିର ଉଦ୍ଧାର କାର୍ଯ୍ୟ ଚାଲିଛି। ଆସ୍କା ଲାଇଟ ଲଗାଇ ଜଙ୍ଗଲ ଭିତରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ଅଗ୍ନିଶମ ଅଧିକାରୀ ଧବଳେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଶନିବାର ଛୁଟି ରହିଥିବାରୁ ଲଭର୍ସ ପଏଣ୍ଟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଭୁବନେଶ୍ୱରରୁ କିଛି ପର୍ଯ୍ୟଟକ ପରିବାର ନେଇ ବୁଲିବାକୁ ଆସିଥିଲେ ଏହି ସମୟରେ କାର ନଂ (ଓଡି୦୨ସିଏଚ୍ ୩୪୫୮୦)ଟି ପାର୍କିଂ ହୋଇ ରହିଥିଲା । ସଧ୍ୟା ସାଢେ ୫ ଟାରେ ପର୍ଯ୍ୟଟକମାନେ ଦାରିଙ୍ଗବାଡି ଫେରିବା ପାଇଁ କାରରେ ପ୍ରଥମେ ଆଗ ସିଟରେ ମହିଳା ବସିଥିଲେ। ଏହି ସମୟରେ କାରଟି ନଦୀ ଆଡକୁ ଗଡିବା ଆରମ୍ଭ ହୋଇଥିଲା। ନଦୀ ପଠାର ଏକ ଗହୀର ଖାତ ରେ ଗୋଟିଏ ଗଛରେ ଅଟକି ରହିଯାଇଥିଲା।ଥିଲା। ଫଳରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଗଲେ ମହିଳା। ଖବର ଲେଖିବା ସୁଦ୍ଧା ପର୍ଯ୍ୟଟକମାନେ ଘଟଣାସ୍ଥଳରେ ରହିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ କାରଟିର ଉଦ୍ଧାର ପାଇଁ ପ୍ରୟାସ ଚାଲିଛି ।
Dharitri – Odisha’s No.1 Odia Daily