ରିସର୍ଟର ସୁଇମିଂପୁଲ୍‌ରୁ ମିଳିଲା ପର୍ଯ୍ୟଟକଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଢେଙ୍କାନାଳ,୧୬।୮(ରତନ ନାୟାର): ଢେଙ୍କାନାଳ ଜିଲା ଅଗ୍ନିଶମ ସେବା କର୍ମଚାରୀ ରିସର୍ଟରୁ ଶନିବାର ଭୋର ୫ଟାରୁ ଜଣେ ପର୍ଯ୍ୟଟକଙ୍କ ମୃତଦେହକ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ତେଜ ଆହୁଜା ଏବଂ ତାଙ୍କ ଘର ଉତ୍ତରାଖଣ୍ଡରେ ବୋଲି ଜଣାପଡିଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସେ ଓଡିଶାକୁ ବୁଲିବାକୁ ଆସିଥିବା ଜଣାପଡ଼ିଛି।