ଟସ୍‌ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ୧୫ ଓଭର ସୁଦ୍ଧା ଭାରତର ସ୍କୋର ୧୨୨/୩

ମାଉଣ୍ଟ ମଙ୍ଗାନୁଇ, ୨୦।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ରବିବାର ଏଠାରେ ଖେଳାଯାଉଛି। ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତ ବ୍ୟାଟିଂ ନିମନ୍ତ୍ରଣ ପାଇ ଭଲ ଆରମ୍ଭ କରିଛି। ତେବେ ଖବର ଲେଖାଯିବା ସୁଦ୍ଧା ଦଳ ୧୫ ଓଭରରେ ୩ ଉଇକେଟ ହରାଇ ୧୨୨ ରନ୍‌ କରିଛି। ସୂର୍ଯ୍ୟକୁମାର ଯାଦବ(୫୬) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା(୭) ରନ୍‌ କରି ମଇଦାନରେ ଅଛନ୍ତି।