ଖଡ଼ିଆଳ,୧୯।୯(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର୍ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିର୍ଯାତନା ଘଟଣାରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ ତୁରନ୍ତ ପଦକ୍ଷେପ ନେଇଛନ୍ତି। ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଦାୟିତ୍ୱରେ ଥିବା ପ୍ରଧାନ ସେବକ ମନୋଜ କୁମାର ହୋତାଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ମନୋଜ କୁମାର ହୋତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ବେଳେ ତାଙ୍କ ନିଲମ୍ବିତ ସମୟ ସେ ବ୍ଲକ କାର୍ଯ୍ୟାଳୟର ପରିସର ମଧ୍ୟରେ ଥିବେ। ଅନ୍ୟ ସେବାଶ୍ରମରେ ମଧ୍ୟ ଆବଶ୍ୟକ ମାର୍ଗଦର୍ଶିକା ଏବଂ ଆଦେଶ ରହିବା ଦରକାର। ଏଭଳି ପରିସ୍ଥିତି ପରିଲକ୍ଷିତ ହେଲେ ତୁରନ୍ତ ପଦକ୍ଷେପ ନେବା ସହ ଛାତ୍ରୀଛାତ୍ରଙ୍କ ଉପଯୁକ୍ତ ଏବଂ ସଠିକ ଦାୟିତ୍ୱ ନିର୍ବାହ ପାଇଁ ନିବେଦନ କରାଯାଇଛି।