ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ’ତୋରବାଜ’ର ଟ୍ରେଲର ଶନିବାର ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲର ଭିଡିଓ ନେଟଫ୍ଲିକ୍ସ ଇଣ୍ଡିଆର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଛି। ୨ ମିନିଟ ୧୪ ସେକେଣ୍ଡର ଏହି ଭିଡିଓକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ଜଣେ ପୂର୍ବତନ ସେନା ଅଧିକାରୀ ଭାବେ ସଞ୍ଜୟଙ୍କୁ ଭିଡିଓରେ ଦେଖିବାକୁ ମିଳିଛି। ଆତଙ୍କବାଦୀଙ୍କ ବିରୋଧୀ ଲଢେଇକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ଏହି ଭିଡିଓକୁ ନିଜ ଟୁଇଟରରେ ସଞ୍ଜୟ ଶେୟାର କରିଛନ୍ତି। କର୍କଟ ରୋଗରୁ ଭଲ ହେବା ପରେ ସଞ୍ଜୟଙ୍କ ଏହା ପ୍ରଥମ ଚଳଚ୍ଚିତ୍ର।