India’s top 10 millionaire farmers: ଏମାନେ ହେଉଛନ୍ତି ଭାରତର ୧୦ କୋଟିପତି କୃଷକ, ପ୍ରଥମ ସ୍ଥାନରେ ଅଛନ୍ତି ମହିଳା…

ବର୍ତ୍ତମାନ ସମୟରେ ଜୈବିକ କୃଷି ପ୍ରତି ଆଗ୍ରହ ବୃଦ୍ଧି ପାଉଛି। କୃଷକମାନେ ମଧ୍ୟ ଏଥିରୁ ଭଲ ରୋଜଗାର କରୁଛନ୍ତି। ହେଲେ କ’ଣ ଆପଣ ଜାଣନ୍ତି କି ଭାରତରେ ଏପରି ଅନେକ କୃଷକ ଅଛନ୍ତି ଯେଉଁମାନେ କୋଟିପତି। ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। ଏହି ତାଲିକାରେ ପ୍ରଥମ ସ୍ଥାନରେ ଜଣେ ମହିଳା ଅଛନ୍ତି।

ଭାରତର କୋଟିପତି କୃଷକ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ନିତୁବେନ୍‌ ପଟେଲ। ସେ କୃଷିରୁ ବାର୍ଷିକ ୧୦୦ କୋଟି ଟଙ୍କା ରୋଜଗାର କରିଥାନ୍ତି। ସେ ଜୈବିକ କୃଷି ଲାଗି ଲୋକପ୍ରିୟତା ହାସଲ କରିଛନ୍ତି।

ଦ୍ୱିତୀୟ ସ୍ଥାନରେ ଅଛନ୍ତି ଯୁବରାଜ ପରିହାର। ସେ ବାର୍ଷିକ ୫୦ କୋଟି ଟଙ୍କା ରୋଜଗାର କରୁଛନ୍ତି। ଯୁବରାଜ ଆଳୁ ଚାଷ କରିଥାନ୍ତି।

ତୃତୀୟ ସ୍ଥାନରେ ହରିଶ ଧନଦେବ। ସେ ବର୍ଷକୁ ୨.୫ କୋଟି ଟଙ୍କା ରୋଜଗାର କରୁଛନ୍ତି। ସେ ପେସାରେ ଜଣେ ଇଞ୍ଜିନିୟର ଥିଲେ। ହେଲେ ପରେ ଆଲୋଭେରା ଚାଷ କରି କୋଟିପତି ସାଜିଛନ୍ତି।

କୋଟିପତି କୃଷକ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ଗୀନା ଭାଇ ପଟେଲ। ବର୍ଷକୁ ସେ ୨ କୋଟି ଟଙ୍କା ରୋଜଗାର କରନ୍ତି। ସେ ଅଙ୍ଗୁର ଚାଷ କରୁଛନ୍ତି।

ସଚିନ କାଳେ ହେଉଛନ୍ତି ଭାରତର ୫ମ ଧନୀ କୃଷକ ସେ ୨ କୋଟି ଟଙ୍କା ରୋଜଗାର କରୁଛନ୍ତି। ସଚିନ ଧାନ ବ୍ୟତିତ ଋତୁଭିତ୍ତିକ ଚାଷ କରିଥାନ୍ତି।

୬ଷ୍ଠ ସ୍ଥାନରେ ଅଛନ୍ତି ସରନ୍‌ ବର୍ମା। ବର୍ଷକୁ ୨ କୋଟି ଟଙ୍କା ରୋଜଗାର କରନ୍ତି। ସେ ଟମାଟୋ, ଆଳୁ, କଦଳୀ ଚାଷ କରିଥାନ୍ତି।

ସବୁଠାରୁ ଧନୀ ଭାରତୀୟ କୃଷକ ତାଲିକାରେ ରମେଶ ଚୌଧୁରୀ ୭ମ ସ୍ଥାନରେ ଅଛନ୍ତି। ସେ ବର୍ଷକୁ ୨ କୋଟି ଟଙ୍କା ରୋଜଗାର କରନ୍ତି। ରମେଶ ଫୁଲ, ଟମାଟୋ ଏବଂ କାକୁଡ଼ି ଚାଷ କରନ୍ତି।

ବିଶ୍ୱନାଥ ବୋବୋଡେ ୮ମ ସ୍ଥାନରେ ଅଛନ୍ତି। ପ୍ରତିବର୍ଷ ଚାଷରୁ ସେ ୧.୭୫ କୋଟି ଟଙ୍କା ରୋଜଗାର କରିଥାନ୍ତି।

୯ମ ସ୍ଥାନରେ ପ୍ରମୋଦ ଗୌତମ ଅଛନ୍ତି। ସେ ବର୍ଷକୁ କୋଟିଏ ଟଙ୍କା ରୋଜଗାର କରନ୍ତି। ଗହମ, ବାଜରା, ସେରିଷ ବ୍ୟତିତ ଅନେକ ପ୍ରକାର ଫସଲ ସେ କରିଥାନ୍ତି।

ସେହିଭଳି ୧୦ମ ସ୍ଥାନରେ ରାଜୀବ ବିଟ୍ଟୁ ଅଛନ୍ତି। ସେ ୧୫ରୁ ୧୬ ଲକ୍ଷ ଟଙ୍କା ବାର୍ଷିକ ରୋଜଗାର କରିଥାନ୍ତି। ଚାଷରେ ସେ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥାନ୍ତି।