ଡିସେମ୍ବରରେ ଖସିବ ପରିବା ଦର

ନୂଆଦିଲ୍ଲୀ,୨୬।୧୧: ଦୁଇରୁ ୩ ସପ୍ତାହ ମଧ୍ୟରେ ଉତ୍ତର ଭାରତରୁ ପରିବା ଆସିବ। ଯାହା ଫଳରେ ଟମାଟୋର ଭଳି ନିତ୍ୟ ବ୍ୟବହୃତ ପରିବାର ହାରାହାରି ଖୁଚୁରା ମୂଲ୍ୟ କମିବ। ପ୍ରବଳ ବର୍ଷା କାରଣରୁ ଦେଶର ଦକ୍ଷିଣାଞ୍ଚଳକୁ ପରିବା ଯୋଗାଣରେ ହୋଇପାରି ନ ଥିଲା ବୋଲି ସରକାରଙ୍କ ପକ୍ଷରୁ ଶୁକ୍ରବାର କୁହାଯାଇଛି। ଗୁରୁବାର ସୁଦ୍ଧା ୬୭ ଟଙ୍କାରେ ପହଞ୍ଚିଛି କିଲୋ ପିଛା ଟମାଟୋର ଖୁଚୁରା ଦର। ଏହା ଗତବର୍ଷ ଅପେକ୍ଷା ୬୩ ପ୍ରତିଶତ ଅଧିକ।

“ଚଳିତବର୍ଷ ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା ଓ ହିମାଚଳ ପ୍ରଦେଶରେ ଅଦିନିଆ ବର୍ଷା କାରଣରୁ ଚାଷ ବାଧାପ୍ରାପ୍ତ ହୋଇଛି। ଫଳରେ ସେପ୍ଟେମ୍ବରଠାରୁ ସର୍ବ ଭାରତୀୟ ସ୍ତରରେ ଟମାଟୋର ଖୁଚୁରା ଦର ବୃଦ୍ଧି ପାଇଛି। ମାତ୍ର ଉତ୍ତର ଭାରତରୁ ଆସିବାକୁ ଥିବା ପରିବା ଖାଉଟିଙ୍କୁ ଆଶ୍ୱାସନା ଦେବ” ବୋଲି ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share