ଚମତ୍କାର ପ୍ରଦର୍ଶନ ସବୁବେେଳେ ମନେ ରହିବ

ନୂଆଦିଲ୍ଲୀ,୬।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ର ମହିଳା ହକିରେ ବ୍ରୋଞ୍ଜ ପଦକ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ ନିରାଶ ହୋଇଛି। ଦଳ ବ୍ରିଟେନ ହାତରୁ ୪-୩ ମ୍ୟାଚ ହାରିଛି। ମ୍ୟାଚ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ୟାଚ ପରେ ଟୁଇଟ୍‌ କରି ଭାରତୀୟ ମହିଳା ହକି ଦଳ ଉପରେ ଗର୍ବ ଅନୁଭବ କରିଛନ୍ତି। ଟୋକିଓରେ ମିଳିଥିବା ସଫଳତା ଆହୁରି ଅନେକ ଝିଅଙ୍କୁ ହକି ଖେଳିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଦଳ ପାଇଁ ଗର୍ବିତ। ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଆମର ମହିଳା ହକି ଦଳର ଚମତ୍କାର ପ୍ରଦର୍ଶନ ସର୍ବଦା ମନେ ରହିବ। ମହିଳା ହକିରେ ଆମେ ଏକ ପଦକ ହରାଇଥିଲୁ, କିନ୍ତୁ ଏହି ଦଳ ନ୍ୟୁ ଇଣ୍ଡିଆର ଆତ୍ମା ଦେଖାଏ। ଟୋକିଓ ଅଲିମ୍ପିକ୍ସରେ ତାଙ୍କର ସଫଳତା ଏବଂ ଝିଅମାନଙ୍କୁ ହକି ନେବା ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।