Hiroshi Sasaki, a former advertising executive with Japan's powerful public relations and advertising agency Dentsu, Inc., speaks during a news conference in Tokyo on Wednesday, Dec. 23, 2020. The Tokyo Olympic organizing committee appointed Sasaki on Wednesday as the head creative director for the opening and closing ceremonies for the Olympics and Paralympics. (Kyodo News via AP)
ଟୋକିଓ,୨୪।୧୨(ଏପି): ଟୋକିଓ ଅଲିମ୍ପିକ ଆୟୋଜକ କମିଟି ହିରୋଶୀ ସାସାକିଙ୍କୁ ଏକ ଗୁରୁଦାୟିତ୍ୱ ପ୍ରଦାନ କରିଛି। ବୁଧବାର କମିଟି ଉଭୟ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ପାଇଁ ସାସାକିଙ୍କୁ ଉଦ୍ଘାଟନୀ ଓ ଉଦ୍ଯାପନୀ ଉତ୍ସବର ନିର୍ଦ୍ଦେଶକ ନିଯୁକ୍ତ କରିଛି। ଜାପାନୀ ସିନେମା ଅଭିନେତା ମାନସାଇ ନୋମୁରାଙ୍କୁ ଦାୟିତ୍ୱରୁ ହଟାଯାଇ ସାସାକିଙ୍କୁ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। ଗତ ମାର୍ଚ୍ଚରେ ଅଲିମ୍ପିକ୍ସ ଘୁଞ୍ଚାଯିବା ପର୍ଯ୍ୟନ୍ତ ନୋମୁରା ଦାୟିତ୍ୱରେ ଥିଲେ। ଏବେ ସେ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ ବୋଲି କମିଟି ତରଫରୁ ସ୍ପଷ୍ଟ କରାଯାଇଛି।
୨୦୨୧ ଜୁଲାଇ ୨୩ରେ ଅଲିମ୍ପିକ୍ସ ଆରମ୍ଭ ହେବ। ଏହାପରେ ପାରା ଅଲିମ୍ପିକ୍ସ ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସାସାକି ପୂର୍ବରୁ ଜାପାନର ଏକ ପ୍ରଭାବଶାଳୀ ପବ୍ଲିକ୍ ରିଲେଶନ୍ସ ଓ ଆଡଭର୍ଟାଇଜିଂ ଏଜେନ୍ସି ଡେଣ୍ଟସୁ, ଇଙ୍କର ଆଡଭର୍ଟାଇଜିଂ ଏକ୍ଜିକ୍ୟୁଟିଭ୍ ଭାବେ କାର୍ଯ୍ୟକରୁଥିଲେ। ଡେଣ୍ଟସୁ ଟୋକିଓ ଅଲିମ୍ପିକ୍ସର ମାର୍କେଟିଂ ଏଜେନ୍ସି ଭାବେ ଦାୟିତ୍ୱ ନେଇଛି। ୨୦୧୬ ରିଓ ଡି ଜାନେଇରୋ ଅଲିମ୍ପିକ୍ସର ପତାକା ହସ୍ତାନ୍ତର ଉତ୍ସବ ଦାୟିତ୍ୱରେ ରହିଥିଲେ। ସେ ମଧ୍ୟ ୫ ମାସ ପୂର୍ବରୁ ଟୋକିଓ ନ୍ୟାଶନାଲ ଷ୍ଟାଡିୟମରେ କାଉଣ୍ଟଡାଉନ୍ ଉତ୍ସବର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସାସାକି ପୂର୍ବରୁ ନୋମୁରାଙ୍କ ନେତୃତ୍ୱରେ କାର୍ଯ୍ୟକରୁଥିବା କ୍ରିଏଟିଭ୍ ଟିମ୍ର ସଦସ୍ୟ ରୂପେ କାର୍ଯ୍ୟକରୁଥିଲେ। ମଙ୍ଗଳବାର ଆୟୋଜକମାନେ ଅଲିମ୍ପିକ୍ସର ଅଫିସିଆଲ ବଜେଟ ମଧ୍ୟ ଉପସ୍ଥାପନ କରିଥିଲେ।