ଓଡ଼ିଶା: ଆଜିର ଫଟୋ (ଜୁନ୍ ୭, ୨୦୨୨)

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି୨୦ କ୍ରିକେଟ ମ୍ୟାଚ ଲାଗି ଓସିଏ କନ୍ଫରେନ୍ସ ହଲରେ ସହବନ୍ଧିତ କ୍ଲବ ଓ ଅନୁଷ୍ଠାନକୁ ଟିକେଟ ବିକ୍ରୟ କରାଯାଉଛି

 

କଟକ ମହାନଗର ନିଗମ ମେୟର ସୁବାସ ସିଂ ଓସିଏ କନ୍ଫରେନ୍ସ ହଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ମ୍ୟାଚ ଟିକେଟ ନେଉଛନ୍ତି

 

ଭୁବନେଶ୍ୱର ଡୁମୁଡ଼ୁମା ରଘୁନାଥପୁର ବସ୍ତିରେ ବେଆଇନ ନିର୍ମାଣକୁ ଉଚ୍ଛେଦ କରୁଛନ୍ତି ବିଡିଏ କର୍ତ୍ତୃପକ୍ଷ I ଏହାକୁ ବିରୋଧ କରି କଂଗ୍ରେସ ନେତାଙ୍କ ଧାରଣା I

ଭୁବନେଶ୍ୱର ରୁପାଲି ଛକ ପଞ୍ଚଦୀପ ଭବନରେ ଇ.ଏସ.ଆଇ.ସି. ପକ୍ଷରୁ ‘ଯୋଗ-ପକ୍ଷ’ କାର୍ଯ୍ୟକ୍ରମରେ ଏମପି ଅପରାଜିତା ଷଡ଼ଙ୍ଗୀ ଯୋଗ କରୁଛନ୍ତି

ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ଶ୍ରମ ଓ ଇଏସଆଇ ବିଭାଗ ପକ୍ଷରୁ ଭୁବନେଶ୍ୱର ରାମମନ୍ଦିରରୁ ବାହାରିଥିବା ସଚେତନତା ରାଲି

ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ‘କାମଧେନୁ’ ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ