ଏହି ଦିନ ହେବ ବିଦ୍ୟୁତ୍‌ କାଟ୍‌: ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ବନ୍ଦ ରହିବ ବିଦ୍ୟୁତ୍‌ ସେବା

ବରଗଡ଼,୨୩।୧(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌(ଓପଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି ଭଟଲି ଏବଂ ଘେଁସ୍‌ ଗ୍ରୀଡ୍‌ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆସନ୍ତା ୨୪ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ବରଗଡ଼ ଜିଲା ଅନ୍ତର୍ଗତ ବିଜେପୁର, ଚାଉଁରପାଲି, ଦୁଲସେରା, ଘେଁସ୍‌, ଜାମକାନି, ଜାମୁଟପାଲି, ଜାରିଂ, ଖରମୁଣ୍ଡା, ଲେଖାପଦର, ମେଲଛାମୁଣ୍ଡା, ସର୍ଗିବାହାଲ, ସୋହେଲା, ପଦ୍ମପୁର, ଅମ୍ବାଭୋନା, ବଡ଼ମାଳ, ଭୁକ୍ତା, ହାତୀସର, କପାଶିରା, ଲଖନପୁର ଆଦି ଅଞ୍ଚଳ ଏବଂ ଏହା ଆଖପାଖ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ। ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ ସେବା ବ୍ୟାହତ ହେଉଥିବା ଯୋଗୁ ଟିପିଡବ୍ଲୁଓଡିଏଲ୍‌ କର୍ତ୍ତୃପକ୍ଷ ଦୁଃଖପ୍ରକାଶ କରିଛନ୍ତି ଏବଂ ଏଥିରେ ସମ୍ପୃକ୍ତ ଅଞ୍ଚଳର ବିଦ୍ୟୁତ ଗ୍ରାହକ, ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।