ମୌସୁମୀ ଅଧିବେଶନର ଆଜି ଶେଷ ଦିନ

ନୂଆଦିଲ୍ଲୀ,୧୧।୮: ଲୋକ ସଭାର ମୌସୁମୀ ଅଧିବେଶନର ଶୁକ୍ରବାର ଅର୍ଥାତ୍‌ ଆଜି ଶେଷ ଦିନ। ମଣିପୁର ଉପରେ ଆଲୋଚନା ପ୍ରସଙ୍ଗରେ ଏଥର ପୁରା ଅଧିବେଶନ ଅଶାନ୍ତ ହୋଇପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅସାମ୍ବିଧାନିକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ଏହାକୁ ନେଇ ଶେଷ ଦିନ ଗୃହରେ ହଟ୍ଟଗୋଳ ହୋଇପାରେ।
କଂଗ୍ରେସ ଲୋକ ସଭା ଏମ୍‌ପିଙ୍କ ଏକ ବୈଠକ ଡକାଇ ଏହାର ଅଧୀର ରଞ୍ଜନଙ୍କ ନିଲମ୍ବନ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସଂସଦରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସିପିପି ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ୧୦.୩୦ରେ ଏହି ବୈଠକ ଡକାଯାଇଛି।