କଟକରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୬।୮-କଟକ ସହରରୁ ଗୁରୁବାର ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୧୦ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ସେହିପରି ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରୁ ୧୭ ଜଣ ପୁରୁଷ ହୋଇଥିବାବେଳେ ୭ ଜଣ ମହିଳା। ଏ ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Share