ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି। ଅନ୍ତର୍ଜାତୀୟ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଏହି ଉଡ଼ାଣ ବାତିଲ ହୋଇଛି। ବିମାନବନ୍ଦରକୁ ଆସିବାକୁ ଥିବା ୬୬ ଓ ଛାଡ଼ିବାକୁ ଥିବା ୬୩ ବିମାନର ଉଡ଼ାଣ ବାତିଲ ହୋଇଥିବା ଜଣାପଡ଼ିଛି।

ଭାରତୀୟ ପାଣିପାଗ ବିଭାଗ (IMD) ରିପୋର୍ଟ କରିଛି ଯେ, ସକାଳ ସମୟରେ IGI ବିମାନବନ୍ଦରରେ ଦୃଶ୍ୟମାନତା କମ୍ ରହିଥିଲା, ସାଧାରଣ ଦୃଶ୍ୟମାନତା ୧୧ଟା IST ରେ ମାତ୍ର ପାଞ୍ଚଶହ ମିଟର ରେକର୍ଡ କରାଯାଇଥିଲା।

ପାଣିପାଗ ସଂସ୍ଥା କହିଛି ଯେ, ଆଗାମୀ କିଛି ଦିନ ମଧ୍ୟରେ ରାତି ଏବଂ ସକାଳ ସମୟରେ ଘନକୁହୁଡ଼ି ଜାରି ରହିବ। IMD ଦିଲ୍ଲୀ ପାଇଁ ଆଂଶିକ ମେଘୁଆ ଆକାଶ ପୂର୍ବାନୁମାନ କରିଛି, ଅନେକ ସ୍ଥାନରେ ଘନ କୁହୁଡ଼ି ଏବଂ ସକାଳ ପର୍ଯ୍ୟନ୍ତ କିଛି ସ୍ଥାନରେ ମଧ୍ୟମ କୁହୁଡ଼ି ରହିବ।

ଏହି ଘନ କୁହୁଡ଼ି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ପଶ୍ଚିମବଙ୍ଗର ତହେରପୁରରେ ଅବତରଣ କରି ନ ପାରି ନିରାପଦରେ କୋଲକାତା ବିମାନବନ୍ଦରକୁ ଫେରିଯାଇଛି।

Dharitri – Odisha’s No.1 Trusted Odia Daily

Share