ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବଡ଼ଖେମୁଣ୍ଡି ତାଲୁକା ମଧୁବୈଶ୍ୟ ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାପତି ଗଣେଶ୍ବର ସାହୁଙ୍କ ସଭାପତିତ୍ୱପରେ ସମ୍ପାଦକ ସୁଧାକର ସାହୁ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାପରେ ମଧୁବୈଶ୍ୟ ସମାଜର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା। ଏହାସହ ସାଙ୍ଗଠନିକ ଏକତା ବଜାୟ ରଖିବାକୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ମଧୁବୈଶ୍ୟ ସମାଜ ପକ୍ଷରୁ ବରିଷ୍ଠ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସାଙ୍ଗଠନିକ ସମାଜର ଉପସଭାପତି ହରେକୃଷ୍ଣ ସାହୁ, କୋଷାଧ୍ୟକ୍ଷ ସିମାଞ୍ଚଳ ସାହୁ, ସହସମ୍ପାଦକ ଦୀପକ ସାହୁ, ବରିଷ୍ଠ ଉପଦେଷ୍ଟା କୋରା ସାହୁ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଚନ୍ଦନ ସାହୁ, ବଳରାମ ସାସମଲ, ସନ୍ତୋଷ ସାହୁ, ନିଳାଞ୍ଚଳ ସାହୁ, ବିଶିକେଶନ ସାହୁଙ୍କ ସମେତ ଯୁବକ ସଂଘର ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ।