ଶୀତଦିନେ ଆଜ୍‌ମା ସମସ୍ୟାରୁ ମୁକ୍ତି ପାଇଁ…

କେତେକଙ୍କଠାରେ ଆଜ୍‌ମା ସମସ୍ୟା ଦେଖାଦେଇଥାଏ। ଅଧିକ ଥଣ୍ଡା ପଡ଼ିଲେ କିମ୍ବା ଧୁଳି ଉଡ଼ିଲେ ଏହି ସମସ୍ୟା ବୃଦ୍ଧି ପାଇଥାଏ। କିଛି ଲୋକ ଖରାରେ ବୁଲି ବାହାରିଲେ ମଧ୍ୟ ସେମାନଙ୍କଠାରେ ଏଭଳି ସମସ୍ୟା ଦେଖାଦେଇଥାଏ। ଶୀତଦିନେ ଏଭଳି ସମସ୍ୟା ବଢ଼ିଯାଇଥାଏ। ଆଜ୍‌ମା ସମସ୍ୟାରେ ଫୁସଫୁସ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରିବା କ୍ଷମତା ହରାଇ ବସେ। ଆଲର୍ଜି ଅଥବା ଥଣ୍ଡା ଯୋଗୁ ଫୁସ୍‌ଫୁସ୍‌ କୋଷିକା ଫୁଲିଯାଏ। ଫଳରେ ଏଥିରେ ଥିବା ରକ୍ତବାହୀ ନଳୀରେ ଅମ୍ଳଜାନ ଡିଫ୍ୟୁଜନ ପ୍ରକିୟାରେ ବାଧା ସୃଷ୍ଟି ହୁଏ। ଅମ୍ଳଜାନ ମାତ୍ରା କମିଯିବାରୁ ନିଶ୍ୱାସ ନେବାରେ ବାଧା ସୃଷ୍ଟି ହୋଇଥାଏ। ଏହି ସମସ୍ୟାରେ ରୋଗୀ ଧଇଁ ସଇଁ ହୁଏ। ତେବେ ପ୍ରତିଦିନ ସକାଳେ ଶୁଖିଲା ହଳଦୀ ପତ୍ରକୁ ଗୁଡାଇ ପିକା ପରି କରି ଏଥିରେ ନିଆଁ ଲଗାଇ ଟାଣିଲେ ଆଜ୍‌ମା ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ହଳଦୀ ପତ୍ର ପିକାର ଧୁଆଁ ଦ୍ୱାରା ଫୁସ୍‌ଫୁସ୍‌ କୋଷିକା ନିଜର ସ୍ବାଭାବିକ ଅବସ୍ଥାକୁ ଫେରି ଆସି କାର୍ଯ୍ୟ କରିଥାଏ। ଫଳରେ ନିଶ୍ୱାସ ନେବା ସହଜ ହୁଏ।

Share