The flames of the fire burning the herb in the evening field, turning into coals and ashes with smoke
ଟିକିରି/ରାୟଗଡ଼ା ଅଫିସ,୫ା୨(ଡି.ଏନ୍.ଏ.):ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ଲାକରସି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଥଣ୍ଡାରେ ନିଆଁ ପୁଇଁବାବେଳେ ଜଳିଯାଇଛନ୍ତି ୨ ଭଉଣୀ। ଦୁହେଁ ହେଲେ ଗାଁର ଦୁର୍ଯ୍ୟୋଧନ ମାଝିଙ୍କ ଝିଅ କୁମାରୀ(୫) ଏବଂ ବିଦ୍ୟା(୩)। ସୂଚନା ଅନୁଯାୟୀ, ଦୁର୍ଯ୍ୟୋଧନ ପରିବା କ୍ଷେତରେ କାମ କରୁଥିଲେ। ଦୁଇ ଝିଅ କ୍ଷେତ ନିକଟରେ ଥିବା ପାଳଗଦା ପାଖରେ ନିଆଁ ଜାଳି ବସିଥିଲେ। ପବନ ଅଧିକ ହେଉଥିବାରୁ ନିଆଁ ପାଳଗଦାରେ ଲାଗିଯାଇଥିଲା। ଏଥିରେ ୨ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର ପାଇ କାଶୀପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ରାୟଗଡ଼ା ଏସ୍ଡିପିଓ ତପନ ନାରାୟଣ ରଥ ସୂଚନା ଦେଇଛନ୍ତି। ସେହିପରି ଅତିରିକ୍ତ ତହସିଲଦାର କୁଶ ଗରଡ଼ା ମଧ୍ୟ ଗାଁରେ ପହଞ୍ଚିଥିବା ଜଣାପଡ଼ିଛି। ତେବେ ନେଟ୍ଓ୍ବର୍କ ସମସ୍ୟା ଯୋଗୁ ଗାଁକୁ ଯାଇଥିବା ଅଧିକାରୀମାନଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ।