ଜୀବନ ଯୁଦ୍ଧରେ ହାରିଗଲେ ତିଳୋତ୍ତମା, ନିଜ ଦେହରେ କିରୋସିନ ଢାଳି…

ସାଲେପୁର, ୪।୯(ଅରବିନ୍ଦ ଭୂୟାଁ): ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ତିଳୋତ୍ତମା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଜପକୂଦ ଫାଣ୍ଡି ଅଧିନ କଙ୍କରାଇଲୋ ଗ୍ରାମର ମହିଳା ଜଣଙ୍କ ହେଉଛନ୍ତି ଅଜୟ କୁମାର ରାଉତଙ୍କ ପତ୍ନୀ ତିଳୋତ୍ତମା ରାଉତ।

କୁହାଯାଉଛି କି, ଏହି ଘଟଣା ଘରୋଇ କଳହ କାରଣ ପାଇଁ ହୋଇଥିଲା। ମହିଳା ଜଣଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଓ ପରେ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା। ତାଙ୍କ ଦେହର ୬୦ ପ୍ରତିଶତ ଜଳିଯାଇଥିବା ବୋଲି ମେଡିକାଲ ଅଫିସର କହିଥିଲେ । କଟକ ବଡ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

Share