Categories: Home Leftଖେଳ

୧୫୫ ରନ୍‌ରେ ଅଟକିଲା ମୁମ୍ବାଇ

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ପ୍ରମାଣ କରିଥିଲେ ବୋଲର। ବୋଲିରଙ୍କ ମାପ୍‌ଚୁପ୍‌ ବୋଲିଂ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୫୫ ରନ୍‌ କରିଛି। ଫଳରେ ଚେନ୍ନାଇ ଆଗରେ ବିଜୟ ୧୫୬ରନ୍‌ର ଟାର୍ଗେଟ ଦେଇଛି ମୁମ୍ବାଇ ।

ମୁମ୍ବାଇର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଷନ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ଦୁହେଁ ଖାତା ନ ଖୋଲି ଆଉଟ ହୋଇଯାଇଥିଲେ। ଫଳରେ ଦଳ ସଂକଟରେ ପଡିଯାଇଥିଲା। ହେଲେ ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମା ଧର୍ଯ୍ୟର ସହ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ। ସୂର୍ଯ୍ୟକୁମାର ୩୨ରନ୍‌(୩ ଚଉକା ଏବଂ ୧ ଛକା) କରି ମିଚେଲ ସାଣ୍ଟନରଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ। ସେହିପରି କିରନ୍‌ ପୋଲର୍ଡ ୧୪ ରନ୍‌ କରିଥିବା ବେଳେ ଡାନିଏଲ ସାମସ୍‌ ୫ ରନ୍‌ କରି ଆଉଟ ହୋଇଥିଲେ। ହେଲେ ତିଲକ ବର୍ମା ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଗୁରୁତ୍ୱପୂର୍ଣ୍ଣ ୫୧ ରନ୍‌(୩ ଚଉକା ଏବଂ ୨ ଛକା ) କରି ନଟ୍‌ ଆଉଟ ରହିଥିଲେ। ଫଳରେ ଦଳ ୧୫୫ ରନ୍‌ କରିବାରେ ସକ୍ଷମ ହୋଇଥିଲା।