ବହୁଚର୍ଚ୍ଚିତ ଟିକିନା ମହାପାତ୍ର ହତ୍ୟା ଘଟଣା: ମାଷ୍ଟରମାଇଣ୍ଡ ସରପଞ୍ଚଙ୍କ ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୧୬।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମର   ବହୁଚର୍ଚ୍ଚିତ ଟିକିନା ଓରଫ ଦୁଷ୍ମନ୍ତ ମହାପାତ୍ରଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା ଘଟଣାରେ ପୋଲିସକୁ ବଡ଼ ଉପଲବ୍ଧି। ମାଷ୍ଟରମାଇଣ୍ଡ ତଥା ଶିକୁଳା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଦିବାକର ବେହେରାଙ୍କୁ ପୋଲିସ ମଙ୍ଗଳବାର ଗିରଫ କରି କଡା ସୁରକ୍ଷା ବଳୟ ଭିତରେ କୋର୍ଟ ଚାଲାଣ କରିଛି। ଗତ ମାର୍ଚ୍ଚ ୨୮ ତାରିଖ ରାତିରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତମାନେ କୌଶଳକ୍ରମେ ଗ୍ରାମରୁ ଚମ୍ପଟ ମାରିଥିଲେ। ଦୀର୍ଘ ୫ ମାସ ଧରି ନାକେଦମ ହେବା ପରେ ଶେଷରେ ପୋଲିସ ମାଷ୍ଟରମାଇଣ୍ଡଙ୍କୁ ଧରିବାରେ ସଫଳ ହୋଇଛି।
ସୁଚନାଯୋଗ୍ୟ, ଏହି ହତ୍ୟାକାଣ୍ଡର କେସ ନଂ ୨୪୦/୨୫ ପ୍ରକାରେ ପୂର୍ବରୁ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରିବା ଲାଗି ଚଢାଉ ଜୋରସୋରରେ ଜାରି ରହିଥିବା ଆଇଆଇସି ରାଜେଶ କୁମାର ନାୟକ କହିଛନ୍ତି।

Share