ଧୂମପାନ କରୁଛି ବାଘୁଣୀ ! ଭାଇରାଲ ଭିଡିଓ ଦେଖିଲେ ଚକିତ ହେବେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭର ଏକ ବାଘୁଣୀର ଭିଡିଓ ଏବେ ଭାଇରାଲ ହେଉଛି। ଏହା ପଛର କାରଣଟି ହେଲା ବାଘୁଣୀର ମୁହଁରୁ ବାହାରୁଥିବା ଧୂଆଁ। ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ପରଭିନ୍‌ କାସ୍‌ଓ୍ବାନ ଏହାର ଏକ ଭିଡିଓ ଶେୟାର କରିଛନ୍ତି। ବାଘୁଣୀ କ’ଣ ଧୁମପାନ କରୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ବାନ୍ଧବଗଡ଼ ଟାଇଗର ରିଜର୍ଭର ଉକ୍ତ ବାଘୁଣୀଟି ପଟୌର ଗ୍ରାମର ଏକ କୂଅରେ ପଡ଼ିଯାଇଥିଲା। ଜାନୁଆରୀ ୧୫ରେ ତାକୁ ଉଦ୍ଧାର କରାଯାଇଥିଲା। ବନବିଭାଗର ଟିମ୍‌ ତାକୁ ଜଙ୍ଗଲରେ ଛାଡ଼ି ଦେଇଥିଲା। ଛାଡ଼ୁଥିବା ବେଳେ ଭିଡିଓ କରିବା ସମୟରେ ବାଘୁଣୀଟି ମୁହଁରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଏହାକୁ ଶେୟାର କରିବା ପରେ ଏବେ ତାହା ଭାଇରାଲ ହୋଇଛି। ୩୨ହଜାରରୁ ଅଧିକ ଲୋକେ ଏହାକୁ ପସନ୍ଦ କରିଥିବା ବେଳେ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି। ପ୍ରବଳ ଥଣ୍ଡା ଯୋଗୁ ଏଭଳି ହୋଇଥିବା କିଛି କହୁଥିବା ବେଳେ କିଛି ବାଘୁଣୀକୁ ବଦନାମ କରା ନ ଯାଉ ବୋଲି କହୁଛନ୍ତି।