ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ ଜାମିନରେ ଖଲାସ ହୋଇଛନ୍ତି। ଉଡ୍ସଙ୍କ ଲାଣ୍ଡରୋଭର ଏକ ଟ୍ରକ୍କୁ ଧକ୍କା ଦେଇଥିଲା।
ଏନେଇ ଉଡ୍ସଙ୍କ ବ୍ରିଥାଲାଇଜର ଟେଷ୍ଟ କରାଯାଇଥିଲା। ସେ ମଦ୍ୟପାନ କରି ନ ଥିବା ଜଣାପଡ଼ିଥିଲା। ମାତ୍ର ସେ ମୂତ୍ର ପରୀକ୍ଷାକୁ ମନା କରି ଦେଇଥିଲେ। ଅନ୍ୟପକ୍ଷେ ସେ କୌଣସି ନିଶାଦ୍ରବ୍ୟ ସେବନ କରିଥିବା ଅନୁମାନ କରାଯାଉଛି। ଫ୍ଲୋରିଡା ଆଇନ ଅନୁସାରେ ଜାମିନ ପାଇବା ପୂର୍ବରୁ ଜଣକୁ ଅତିକମ୍ରେ ୮ବର୍ଷ ଜେଲ୍ରେ ରହିବାକୁ ପଡ଼ିବ। ଉଡ୍ସଙ୍କ ମ୍ୟାନେଜର ଘଟଣା ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।