ବଳଦ ମାରି ବାଘ ମଲା ,ମାଲିକ ମୁଣ୍ଡରେ ସାଂଘାତିକ ଅଭିଯୋଗ ବୋଳିଥିଲେ…

ବଣାଇଁ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳ କୁସୁମଡ଼ିହି ଖସଡା ଜଙ୍ଗଲରେ ଏକ ମାଇ କଲରାପତ୍ରିଆ ବାଘର ମତ୍ୟୁ ଘଟିଥିବା ଜଣାପଡିଛି । ବାଘଟି ପ୍ରାୟ ୧୨ର ହେବ ବୋଲି ଅନୁମାନ କରାଯାଉଛି। ବିଷକ୍ରିୟା ଯୋଗୁ ବାଘର ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଯେ,  ଗତ କିଛିଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ଉକ୍ତ  ବାଘଟି  ଆତଙ୍କ ସୃଷ୍ଟି କରିଥିଲା। ଗୁରୁବାର ବନବିଭାଗ କୌଣସି ସୂତ୍ରରୁ ଖବର ପାଇବା ପରେ ତଦନ୍ତ କ୍ରମେ ଏକ କଲରାପତ୍ରିଆ ବାଘ ମରିଥିବା ଜାଣିଥିଲା।ବେଶ କିଛିଦିନ ଧରି ବାଘଟି ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି କିଛିଦିନ ତଳେ ଏକ ବଳଦକୁ ଆକ୍ରମଣ କରି ମାରି ଦେଇଥିଲା। ଅଞ୍ଚଳବାସୀ ଏନେଇ ବାରମ୍ବାର ବନବିଭାଗକୁ ପୂର୍ବରୁ ସୂଚନା ଦେଇ ଥିଲେ ହେଁ ବିଭାଗ ପକ୍ଷରୁ କେବଳ ଟ୍ରାପ କ୍ୟାମେରା ଲଗାଯିବ ବୋଲି କୁହାଯିବା ସହ ଘରୁ ନ ବାହାରିବା ନେଇ ଚେତାବନୀ ଦିଆଯାଇ ନୀରବତା ଅବଲମ୍ବନ କରାଯାଇଥିଲା l ବାଘ ମତ୍ୟୁ ଖବରପାଇ ଗତ ରାତିରୁ ବନବିଭାଗ ତତ୍ପର ହୋଇ ଉଠି  ଘଟଣାସ୍ଥଳକୁ ଯାଇ ମୃତ ବାଘକୁ ଉଦ୍ଧାର ପରେ ବ୍ୟବଚ୍ଛେଦ କରି ହିଂସ୍ର ଜନ୍ତୁ ସଂରକ୍ଷଣ ଆଇନର ଗାଇଡ ଲାଇନ ଅନୁଯାୟୀ ପୋତି ଦିଆଯାଇଥିଲା ।
ବାଘ ଆକ୍ରମଣର ଶିକାର ବଳଦର ମାଲିକ ନୂଆସ ଖେସ ଉତ୍ୟକ୍ତ ହୋଇ ନିଜର ମୃତ ବଳଦ ଶରୀରରେ ବିଷ ପ୍ରଲେପ କରିଥିଲେ ଯାହାକୁ ଖାଇ ବାଘ ମତ୍ୟୁବରଣ କରିଥିଲା। ଆଜି ଘଟଣାସ୍ଥଳକୁ ରାଉରକେଲା ଆର୍‌ସିସିଏଫ୍‌ ପି ରାମସାମୀଙ୍କ ସମେତ ଏକ ତଦନ୍ତକାରୀ ଦଳ ପହଁଞ୍ଚି ତଦନ୍ତ କରିଥିଲେ । ପରେ ଦୁଇଜଣ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସକ ଘଟଣାସ୍ଥଳରେ ବ୍ୟବଚ୍ଛେଦ କରି ବିଷ କ୍ରିୟା ଯୋଗୁ ବାଘର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଥିଲେ । ପରେ ବଳଦ ମାଲିକ ନୂଆସ ଖେସକୁ ବନବିଭାଗ ଗିରଫ କରିଛି ଓ ତାଙ୍କ ଠାରୁ ବିଭାଗ ଉପସ୍ଥିତିଙ୍‌ରେ ବୟାନ ରେକର୍ଡ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ବନବିଭାଗକୁ ଲୋକଙ୍କ ଅଭିଯୋଗ ପରେ ବନବିଭାଗର ଅସମର୍ଥତା ହେଉ ଅବା ହେୟ ମନୋଭାବ ପୋଷଣ ହେଉ ବାଘ ମୃତ୍ୟୁର କାରଣ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। ତାମଡା ବନାଞ୍ଚଳର ତାମଡା ସେକ୍ସନରେ ବନପାଳ ନଥିବା ଓ ଜଣେ ବନରକ୍ଷୀ ଦାୟିତ୍ୱରେ ଥିବା ପ୍ରଶ୍ନକୁ ବନବିଭାଗ ଅଧିକାରୀ ଏଡାଇଜିବା ଘଟଣାକୁ ଅଧିକ ରହସ୍ୟମୟ କରୁଛି । ଦାୟୀ କିଏ ଓ ଦାୟିତ୍ୱ କାହାର ଥିଲା ସେଥିନେଇ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସବୁ ଜଣାପଡିବ ବୋଲି ବୁଦ୍ଧିଜୀିବୀ ମହଲ ଦାବି ଜଣାଇଛି ।
Dharitri – Odisha’s No.1 Odia Daily