ତାଣ୍ଡବ ରଚିଲା କାଳବୈଶାଖୀ: ଏକାଧିକ ଘର ଛପର ଉଡିଲା

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ରେ ପ୍ରବଳ ଝଡ଼ ତୋଫାନ ସହ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି।ଫଳରେ ଏକାଧିକ ସ୍ଥାନରେ ଘର ଛପର ଉଡିବା ସହ ଦୋକାନ ଗୃହ ଭାଙ୍ଗିଛି। ଏଭଳି ଘଟଣା ଉକ୍ତ ବ୍ଲକ ଦାରିଙ୍ଗବାଡି ବଜାର ସମେତ ଗ୍ରୀନବାଡି, ଭ୍ରମରବାଡି, ସିଆଙ୍ଗବାଲି, ଶ୍ରାନିକେତା ଆଦି ଅଞ୍ଚଳରେ ଦେଖିବାକୁ ମିଳିଛି। ଦାରିଙ୍ଗବାଡିର ଚାରିଛକରେ ଏକ ଦୋକାନ ଉପରେ ଗଛ ଭାଙ୍ଗି ପଡିଯିବାରୁ ଟିଣ ଛପର ଓ ଘର ଭାଂଗିପଡ଼ିଛି ତେବେ କାହାର କିଛି କ୍ଷତି ଆଘାତ ଲାଗି ନ ଥିବା ଦୋକାନ ମାଲିକ ଜିତୁ ସାହୁ କହିଛନ୍ତି। ାୟ ୨ ଘଣ୍ଟା ଧରି ଅଞ୍ଚଳରେ ବର୍ଷା ଛେଚିଥିଲା ।