ଥୁଆମୂଳ ରାମପୁର ସଦର ସିଆର୍‌ସିସି ଝାଜରୁ ମାଝୀଙ୍କ ଦେହାନ୍ତ, ଶିକ୍ଷକ-ଛାତ୍ରୀଛାତ୍ରଙ୍କ ମହଲରେ ଶୋକର ଛାୟା

ଥୁଆମୂଳ ରାମପୁର,୧୭।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ସିଆର୍‌ସିସି ଝାଜରୁ ମାଝୀଙ୍କ ଶନିବାର ସାରେ ଦେହାନ୍ତ ହୋଇଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଶିକ୍ଷକ, ଛାତ୍ରୀ ଛାତ୍ରଙ୍କ ସମେତ ଅଞ୍ଚଳ ବାସୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି l
ଶନିବାର ଡାକକୋଟା ଗ୍ରାମର ଝାଜରୁ ମାଝୀଙ୍କ ହଠାତ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଉଥିଲା । ହେଲେ ବାଟରେ କିଆପଦର ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗ୍ରାମର ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଘରେ ସ୍ତ୍ରୀ, ଦୁଇପୁଅ ଓ ଗୋଟିଏ ଝିଅ ଅଛନ୍ତି। ତାଙ୍କ ମୃତ୍ୟୁ ପରେ ପରିବାରଲୋକେ ଭାଙ୍ଗି ପଡିଛନ୍ତି। ଅପରପକ୍ଷରେ ଝାଜରୁ ଜଣେ ମେଳାପୀ ଦକ୍ଷ, ନୀଷ୍ଠୁର, ପରୋପକାରୀ ଶିକ୍ଷକ ଥିଲେ । ତାଙ୍କର ବିୟୋଗରେ ଶିକ୍ଷା ବିଭାଗ ସହିତ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Share