ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସୋସିଏଶନର ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ ହୋଇଛି। ସର୍ବସମ୍ମତି କ୍ରମେ ଯୁବ ଆଇନଜୀବୀ ମନୋରଞ୍ଜନ ନାଏକଙ୍କୁ ସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିବା ବେଳେ, ଆଇନଜୀବୀ ଦିଲୀପ କୁମାର ନାଏକଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ସୁଶୀଲ ରାଉତ ସଭାପତି ଭାବେ କାର୍ଯ୍ୟ କରୁଥିଲେ ଏବଂ ମନୋରଞ୍ଜନ ନାଏକ ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ। ଚଳିତ ବର୍ଷ ପାଇଁ ହୋଇଥିବା ଏହି ନୂତନ ଚୟନ ପ୍ରକ୍ରିୟା ସମୟରେ ବହୁ ସଂଖ୍ୟାରେ ଆଇନଜୀବୀ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ। ନବନିର୍ବାଚିତ ସଭାପତି ଓ ସମ୍ପାଦକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। କୋର୍ଟର ବିଭିନ୍ନ ସମସ୍ୟା ସମାଧାନ କରିବା ସହ ଆଇନଜୀବୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ଦିଗରେ ନୂତନ କର୍ମକର୍ତ୍ତା କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି।

Dharitri –Odisha’s No.1 Trusted Odia Daily

Share