ଜନ୍ମ ପ୍ରମାଣପତ୍ରରେ ଗୋଟିଏ ପିଲାର ୩ ପିତା, ଖର୍ଚ୍ଚ ହୋଇଛି ୮୮ ଲକ୍ଷ

ଓ୍ବାଶିଂଟନ,୭।୩: ଆମେରିକାର ତିନିଜଣ ପୁରୁଷ ‘ପ୍ରଥମ ଥର ପାଇଁ ଗୋଟିଏ ପରିବାରର ପିତା’ ହୋଇ ଇତିହାସ ରଚିଛନ୍ତି। ଏଥିପାଇଁ ଏହି ୩ ପୁରୁଷଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଆଇନ ସହ ଲଢ଼ାଇ କରିବାକୁ ପଡ଼ିଥିଲା। ତିନି ପୁରୁଷ ଦୁଇଜଣ ସରୋଗେଟ୍‌ ମା ଏବଂ ଜଣେ ଏଗ୍‌ ଡୋନରଙ୍କ ସହାୟତାରେ ଗୋଟିଏ ପୁଅ ଏବଂ ଦୁଇଟି ଝିଅଙ୍କର ପିତା ହୋଇଛନ୍ତି।

ଆମେରିକାର କାଲିଫର୍ନିଆରେ ରହୁଥିବା ଏହି ୩ ପୁରୁଷଙ୍କ ନାମ ଇଆନ ଜେନେକିଂସ, ଏଲେନ ମେଫିଲ୍ଡ, ଜେରେମୀ ଏଲେନ ହାଜେଜ୍‌। ଇଆନ ପେସାରେ ଜଣେ ଡାକ୍ତର। ଇଆନ ଏକ ପୁସ୍ତକ ଲେଖୁଛନ୍ତି। ଏହାର ନାମ ‘ଥ୍ରି ଡାଡ୍‌ସ ଆଣ୍ଡ୍‌ ଏ ବେବି’। ଏହି ପିଲାମାନଙ୍କର ଜନ୍ମ ସାର୍ଟିଫିକେଟରେ ୩ ବାପାଙ୍କ ନାମ ରହିଛି। ଏଥିପାଇଁ ପ୍ରାୟ ୮୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପିଲାଙ୍କୁ ଜନ୍ମ ଦେବା ପାଇଁ ଏହି ୩ ପିତାଙ୍କୁ ମେଡିକାଲ ପ୍ରକ୍ରିୟା ପାଇଁ ବହୁତ ଖର୍ଚ୍ଚ କରିବାକୁ ପଡ଼ିଲା। ଏହା ପରେ ପିଲାଙ୍କ ଅଭିଭାବକ ନାଁ ରହିବାକୁ ମଧ୍ୟ ଖର୍ଚ୍ଚ ହେଲା। ଶେଷରେ ଅଦାଲତରେ ଏହି ୩ ଜଣଙ୍କର ଜିତାପଟ ହୋଇଛି। ଆମେରିକାର ଜଣେ ଜଜ୍‌ ଥ୍ରପଲଙ୍କ ପକ୍ଷରେ କେସ୍‌ ଲଢୁଥିଲେ। ଏହା ପରେ ପିଲାମାନଙ୍କ ଜନ୍ମ ପ୍ରମାଣପତ୍ରରେ ୩ ପିତାଙ୍କ ନାମ ମଧ୍ୟ ରହିଥିଲା।