ସ୍କୁଲ ପରିସରରୁ ୩ ଛାତ୍ରୀ ନିଖୋଜ ଘଟଣା: ୫ ଘଣ୍ଟା ପରେ ଏକ କୁଡ଼ିଆରୁ…

ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ଗତକାଲିଠୁ ନିଖୋଜ ଥିବା ୩ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ୫ ଘଣ୍ଟା ପରେ ନିକଟସ୍ଥ ଏକ ଗ୍ରାମର ରାସ୍ତାକଡରେ ଥିବା ଏକ ଝୁମ୍ପୁଡି କୁଡ଼ିଆରେ ଆଶ୍ରୟ ନେଇଥିଲେ ଛାତ୍ରୀମାନେ।ପୋଲିସ ଏମାନଙ୍କୁ ଉଦ୍ଧାର କରି ବିଦ୍ୟାଳୟରେ ଛାଡିଥିବା ଜଣାପଡିଛି। ତେବେ କେଉଁ କାରଣରୁ ଏମାନେ ବିଦ୍ୟାଳୟ ଛାଡିଥିଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ସୂଚନାନୁସାରେ, ଖ୍ରୀଷ୍ଟମାସ ଛୁଟିରେ ଘରକୁ ଛାତ୍ରୀମାନେ ଯାଇଥିଲେ । ଶୁକ୍ରବାର ଅପରାହ୍ନ ୩.୩୦ ମିନିଟ୍‌ରେ ତାଙ୍କ ଅଭିଭାବକ ଛାତ୍ରୀଙ୍କୁ ବିଦ୍ୟାଳୟରେ ଛାଡି ଯାଇଥିଲେ। ଅପରାହ୍ନ ୪ଟା ବେଳେ ବିଦ୍ୟାଳୟରୁ ଏହି ତିନି ଛାତ୍ରୀ ନିଖୋଜ ଥିବା ନେଇ ବିଦ୍ୟାଳୟ ପକ୍ଷରୁ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ଖବରପାଇ ୩ ଛାତ୍ରୀଙ୍କ ଅଭିଭାବକ ବୋରିଗୁମ୍ମା ଥାନାରେ ଏକ ନିଖୋଜ ମାମଲା କରିଥିଲେ। ପୋଲିସ ଅଭିଯୋଗ ପରେ ବିଦ୍ୟାଳୟରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା।

Share
Tags: odisha