ଦୁଇ ବାଇକ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ…

ତୁମୁଡିବନ୍ଧ,୬।୧୧(ଦୀପକ କୁମାର ପରାସେଠ): ଦୁଇ ବାଇକ ମୁହାଁମୁହିଁରେ ତିନି ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ସେମାନେ ହେଲେ ବିଲା ମାଳ ପଞ୍ଚାୟତର ବିକା ପାଙ୍ଗ ଗ୍ରାମର ରଞ୍ଜିତ ମାଝି, ବେଲଘର ପଞ୍ଚାୟତର ରାଙ୍ଗପାରୁ ଗ୍ରାମର ଜିତୁ ମାଝି ଏବଂ ଅମିତ ମାଝି । ତେବେ ରଞ୍ଜିତ ମାଝି ଗୁରୁତର ଥିବା ଜଣାପଡିଛି। ଘଟଣାଟି ଘଟିଛି ତୁମୁଡିବନ୍ଧଠାରୁ ବେଲଘରକୁ ସଂଯୋଗ କରୁଥିବା ରାସ୍ତାର ପୂଜା ଘାଟିର ବୁଲନ୍ତିଆଠାରେ।

ମିଳିଥିବା ସୂଚନା ଅନୁସାରେ ରଞ୍ଜିତ ମାଝି ନିଜ OD12B-3123ନମ୍ବର ହୋଣ୍ଡା ସାଇନମୋଟର ସାଇକେଲରେ କୌଣସି କାମରେ ବିଲାମାଳରୁ ତୁମୁଡିବନ୍ଧକୁ ଆସୁଥିବା ବେଳେ ବିପରୀତ ପଟୁ ଜିତୁ ଓ ଅମିତ ଏକ ନମ୍ବର ବିହୀନ ମୋଟର ସାଇକେଲରେ ତୁମୁଡିବନ୍ଧରୁ ନିଜ ଗାଁକୁ ଫେରୁଥିଲେ। ସେହି ସମୟରେ ପୂଜା ଘାଟିର ବୁଲାନ୍ତିଆରେ ଉଭୟଙ୍କ ବାଇକ ମୁହାଁମୁହିଁ ହୋଇ ଦୁର୍ଘଟଣାଗ୍ରାସ୍ତ ହେବା ପରେ ଉଭୟେ ସେହି ସ୍ଥାନରେ ପଡ଼ିଥିଲେ। ସେହି ରାସ୍ତା ଦେଇ ଯାଉଥିବା ଯାତ୍ରୀମାନେ ଦେଖି ବେଲଘର ପୋଲିସ ଓ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ଆହତଙ୍କୁ ସଙ୍ଗେ ସଙ୍ଗେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯିବା ସହିତ ବେଲଘର ପୋଲିସ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଜ୍ୟୋତି ରଞ୍ଜନ କର ମଧ୍ୟ ସୂଚନାପାଇ ତାଙ୍କ ଟିମ ପୂରା ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିଥିଲେ। ଆହତମାନଙ୍କୁ ଅଣାଯିବାରୁ ମାତ୍ରେ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇ ୨ ଜଣ ଗୁରୁତର ଥିବାରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଏପରି ଘଟଣା ବାରମ୍ବାର ହେଉଥିବା ନେଇ ଯାତ୍ରୀମାନେ ଉଦ୍‌ବେଗ ପ୍ରକାଶ କରିବା ସହିତ ରାସ୍ତାର ଉଭୟ ପାଶର୍‌ବରେ ଜଙ୍ଗଲ ହୋଇଥିବାରୁ ଏପରି ଦୁର୍ଘଟଣା ଘଟୁଛି। ତୁରନ୍ତ ରାସ୍ତାର ଉଭୟପାଶର୍‌ବରେ ଜଙ୍ଗଲ ସଫା କରିବା ପାଇଁ ସାଧାରଣରେ ଦାବି ହେଉଛି।

 

Dharitri – The Largest & Most Trusted Odia Daily

\