ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ହେବାରୁ ବଡ଼ ଓ ସାନ ଦୁଇ ଭାଇ ମୃତ ହୋଇଥିବାବେଳେ ମଝିଆ ଭାଇ ଗୁରୁତର ହୋଇଥିବା ଜଣାପଡିଛି l ୯ଟାରେ ବୌଦ୍ଧ ବ୍ଲକ ମୁଣ୍ଡିପଦର ପଞ୍ଚାୟତ ପଳସପାଟ ଗ୍ରାମର ଗୋଟିଏ ପରିବାରର ତିନି ଭାଇ ତାଙ୍କ ଟିଭିଏସ ରାଇଡ଼ର (ଓଡି ୨୭ ଇ ୧୨୨୪) ଗାଡ଼ିରେ ଜହ୍ନାପଙ୍କ ପଟୁ ନିଜ ଗ୍ରାମକୁ ଯାଉଥିବାବେଳେ ଭାରସାମ୍ୟ ହରାଇ ପନ୍ଥାଇ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।
ଗାଡ଼ିଟି ବହୁ ଦ୍ରୁତ ଗତିରେ ଯାଉଥିବାବେଳେ ରାସ୍ତାକଡରେ ଥିବା ତିନୋଟି ପିଲର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ଏବଂ ଗାଡିଟି ରାସ୍ତା କଡରେ ଥିବା ୧୦ପୁଟ ଡ୍ରେନ ତଳେ ପଡିଯାଇଛି l ଏଥିରେ ଗାଡ଼ିରେ ଥିବା ତିନି ଭାଇ ଦିଲ୍ଲୀପ ଉର୍ମା (୩୫), ବିଦୟ ଉର୍ମା (୨୧), ରୋହିତ ଉର୍ମା (୨୫) ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟ ତିନି ଜଣଙ୍କୁ ଉଦ୍ଧାର କରି ଦୁଇଟି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ନେଇଥିଲେ। ଡାକ୍ତର ଚିକିତ୍ସା ଚାଲିଥିବାବେଳେ ଦିଲ୍ଲୀପ ଓ ବିଦୟଙ୍କ ମୃତ ଘୋଷଣା କରିଥିଲେ l ଗୁରୁତର ଆହତ ହୋଇଥିବା ରୋହିତ ଉର୍ମାକୁ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରେ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ପ୍ରଧାନ ପହଂଚି ବାଇକକୁ ଜବତ କରିବା ସହ ତଦନ୍ତ କରୁଥିବା ଜଣାପଡିଛି l