କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ସନ୍ଦେହପୂର୍ଣ୍ଣ ଇ-ମେଲ ଆସିବା ପରେ ଆଜି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆଜି ପୂର୍ବାହ୍ନ ୧୧ ଟାରେ ବୋମାରେ ଉଡ଼ାଇ ଦିଆଯିବ ବୋଲି ଚେତାବନୀ ଆସିଥିଲା। ପୋଲିସ ଫୋର୍ସ ଓ ବିଶେଷଜ୍ଞ ଦଳ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ। ପୋଲିସ ଅନୁସନ୍ଧାନ କୁକୁର ଓ ବମ ଚିହ୍ନଟ ଯନ୍ତ୍ର ଜରିଆରେ ପରିସର ଯାଞ୍ଚ କରାଯାଇଛି। ଦମକଳ ଗାଡ଼ି ଓ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ସେଭଳି କୌଣସି ସନ୍ଦେହପୂର୍ଣ୍ଣ ସାମଗ୍ରୀ ଉଦ୍ଧାର ହୋଇ ନାହିଁ କିମ୍ବା ଏହାକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ ବୋଲି ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି।

 

Dharitri – Odisha’s No.1 Odia Daily

 

Share