ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ, ଆଜବେଷ୍ଟସ, ଘର ଭାଙ୍ଗିବା ସହ ଶତାଧିକ କାର୍ କାଚ ଭାଙ୍ଗିଯିବା ସହ, ହଜାର ହଜାର ବାଇକ ଚେପା ହେବାସହ ଅନେକ ସ୍କୁଲ କଲେଜ ଘର କଣା ହୋଇଯାଇଛି। କୁଆପଥର ମାଡରେ ଘର ଭିତରେ ଥିବା ଅନେକ ଲୋକଙ୍କ ମୁଣ୍ଡ ଫାଟିଛି। ତେବେ ମଲ୍ଲି ପୋଷି ଛକରେ କ୍ଷତିପୂରଣ ଦାବିରେ ରାସ୍ତା ରୋକୋ ଜାରି ରହିଛି। ପାଟଣା ବ୍ଲକ ମୁଖ୍ୟାଳୟ ଶଂରା ପୋଷି, ବଡ଼ ପାଟଣା, ଶ୍ୱାମ ଶାସନ, ନୂଆସାହି, ମୁଣ୍ଡା ସାହି, ଝାଟି ପଡ଼ା, ଗୁଲୁଦି ପୋଷି ମଲ୍ଲି ପିଶି, ମୂଷା ଖରି , ଭାଲୁ ଘରପଡ଼ିଆ ପଶି, ରୂଢିଆପଡ଼ା ମୂଷା ନାଳି, ଦକ୍ଷିଣ ପୋଷି ଆଦି ଗ୍ରାମଗୁଡିକ ଛପର ଘରଗୁଡିକ କଣା ହୋଇଯାଇଛି। ଉତ୍ୟକ୍ତ ଲୋକେ ତହସିଲ ଅଫିସରେ ଧସେଇ ପଶେଇ ହଙ୍ଗାମା କରିଛନ୍ତି।