Categories: Home Leftଖେଳ

ଗୋଟିଏ ଓଭରରେ ୬ ଛକା ମାରିଲେ ଏହି ବ୍ୟାଟ୍ସମ୍ୟାନ

କଲମ୍ବୋ,୨୯।୩ : ଅଲରାଉଣ୍ଡର ଥିସାରା ପେରେରା ଶ୍ରୀଲଙ୍କାର ପ୍ରଥମ ଖେଳାଳି ଭାବେ ଗୋଟିଏ ଓଭରରେ ଲଗାଇଛନ୍ତି ୬ଟି ଛକା। ୩୧ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ସୋମବାର ଖେଳାଯାଇଥିବା ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ୧୩ଟି ବଲର ସମ୍ମୁଖୀନ ହୋଇ ଖେଳିଛନ୍ତି ୫୨ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୮ ଛକା। ଏଥିରୁ ୬ଟି ଛକା ସେ ଗୋଟିଏ ଓଭରରେ ଲଗାଇଥିଲେ। ଆଉ ଏହା ହେଲା ଶ୍ରୀଲଙ୍କାର ପ୍ରଥମ ଶ୍ରେଣୀ କ୍ରିକେଟର ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ। ପେସାଦାର କ୍ରିକେଟରେ ଗୋଟିଏ ଓଭରରେ ୬ ଛକା ଲଗାଇବାରେ ପେରେରା ବିଶ୍ୱର ୯ମ ବ୍ୟାଟ୍ସମ୍ୟାନ। ଏଥି ପୂର୍ବରୁ ଗାରିଫିଲ୍ଡ ସୋବର୍ସ, ହର୍ସେଲ ଗିବ୍ସ, ଯୁବରାଜ ସିଂ, ରସ ଓ୍ବିଟଲେ, ହାଜରୁତୁଲା ଜାଜାଇ, ଲିଓ କାର୍ଟର ଓ କିରନ ପୋଲାର୍ଡ ସମାନ ସଫଳତାର ଅଧିକାରୀ ହୋଇଥିଲେ।