ସୋସିଆଲ ମିଡିଆରେ ବେତେବେଳେ ଏପରି ଘଟଣା ସାମ୍ନାକୁ ଆସେ ଯାହା ଲୋକଙ୍କୁ କେବଳ ଚକିତ କରେ ନାହିଁ ବରଂ ଭାବିବାକୁ ବାଧ୍ୟ କରେ। ଥାଇଲାଣ୍ଡରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆଜିକାଲି ଚହଳ ସୃଷ୍ଟି କରୁଛି। ଉତ୍ତର-ପୂର୍ବ ଥାଇଲାଣ୍ଡର ଜଣେ ମହିଳା ଏକା ସମୟରେ ଦୁଇ ଯମଜ ଭାଇଙ୍କୁ ଡେଟ କରୁଛନ୍ତି। ଆପଣ ଏପରି ଘଟଣା ବହୁତ କମ ଶୁଣିଥିବେ କିମ୍ବା ଦେଖିଥିବେ। ମଜାଦାର କଥା ହେଉଛି ଯେ, ସେମାନଙ୍କ ସମ୍ପର୍କକୁ ସେମାନଙ୍କ ପରିବାରର ଅନୁମୋଦନ ମଧ୍ୟ ମିଳିଛି। ନାଖୋନ ଫାନୋମ ପ୍ରଦେଶର ଏହି ୨୪ ବର୍ଷୀୟା ମହିଳାଙ୍କ ନାମ ଫାହ। ସେ ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କ ଅସାଧାରଣ ସମ୍ପର୍କ ବିଷୟରେ ବିବରଣୀ ଶେୟାର କରିଛନ୍ତି।
ଫାହ ବହୁତ ଦିନ ଧରି ତାଙ୍କ ଜୀବନ ବିତାଇବା ପାଇଁ ଜଣେ ପୁରୁଷଙ୍କୁ ଖୋଜୁଥିଲେ, କିନ୍ତୁ ସେ ଏକାଥରେ ଦୁଇ ଜଣ ପୁରୁଷଙ୍କୁ ପାଇଲେ, ଉଭୟ ଯମଜ ଭାଇ। ସାନ ଭାଇ ସୁଆ କହିଛନ୍ତି, ସେ ପ୍ରଥମେ ଫାହଙ୍କୁ ମେସେଜ କରିଥିଲେ ଏବଂ ପରେ ତାଙ୍କ ଭାଇଙ୍କୁ ତାଙ୍କ ସହିତ ଯୋଗାଯୋଗ କରିବାକୁ କହିଥିଲେ। ତା’ପରେ ତିନିଜଣ ଡେଟିଂ ଆରମ୍ଭ କଲେ ଏବଂ ସେମାନଙ୍କ ପରିବାର ସହିତ ସମ୍ପର୍କ ବିଷୟରେ ଆଲୋଚନା କଲେ, ସେମାନେ ରାଜି ହୋଇଯାଇଥିଲେ।
ଯମଜ ଫାହଙ୍କଠାରୁ ଗୋଟିଏ ବର୍ଷ ଛୋଟ ଏବଂ କୃଷି ଯନ୍ତ୍ରପାତି ସେବାରେ କାମ କରନ୍ତି। ଫାହ ସେମାନଙ୍କର ସମ୍ପର୍କକୁ ‘ସ୍ଥିର ଏବଂ ସନ୍ତୋଷଜନକ’ ବୋଲି ବର୍ଣ୍ଣନା କରି କହିଛନ୍ତି। ସେମାନେ ଆରମ୍ଭରୁ ଗୋଟିଏ ଘରେ ରହୁଛନ୍ତି। ଫାହ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି, ଗ୍ରାହକମାନଙ୍କୁ ସେବା କରିବା ଠାରୁ ଆରମ୍ଭ କରି ରୋଷେଇ ଘରେ ସାହାଯ୍ୟ କରିବା ପର୍ଯ୍ୟନ୍ତ ସବୁକିଛି ପରିଚାଳନା କରନ୍ତି। ସେ ପ୍ରତି ମାସରେ ୩୨୦ ଆମେରିକୀୟ ଡଲାର (ପ୍ରାୟ ୨୯,୦୦୦ ଟଙ୍କା) ରୁ ଅଧିକ ରୋଜଗାର କରନ୍ତି।
ଫାହ କହିଛନ୍ତି, ସେ ଏବଂ ତାଙ୍କର ଦୁଇ ପ୍ରେମିକ ପୂର୍ବରୁ ତାଙ୍କ ରେଷ୍ଟୁରାଣ୍ଟ ନିକଟରେ ଏକ ହଷ୍ଟେଲରେ ରହୁଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ସମସ୍ତେ ଏକାଠି ରୁହନ୍ତି। ଦୈନନ୍ଦିନ ଦାୟିତ୍ୱ ତୁଲାଉଛନ୍ତି ଏବଂ ପରିବାରକୁ ସମର୍ଥନ କରୁଛନ୍ତି। ଭାଇମାନେ ସର୍ବଦା ସେମାନଙ୍କର ରୋଜଗାର ଫାହଙ୍କୁ ଦିଅନ୍ତି, ଯାହା ଦ୍ୱାରା ସେ ଟଙ୍କାକୁ ବୁଦ୍ଧିମାନ ଭାବରେ ବିନିଯୋଗ କରିପାରିବେ। ଉଭୟ ଭାଇ ବହୁତ ଲାଜକୁଳା, କିନ୍ତୁ ସେମାନେ କେବେ ପରସ୍ପର ପ୍ରତି ଈର୍ଷା କରନ୍ତି ନାହିଁ ବୋଲି କୁହନ୍ତି ଫାହ।
ଫାହ କୁହନ୍ତି ଯେ, ଯଦି ସେ ଗର୍ଭବତୀ ହୁଅନ୍ତି, ତେବେ ସେ ପିତାଙ୍କୁ ଚିହ୍ନଟ କରିବା ଏବଂ ଜନ୍ମ ପ୍ରମାଣପତ୍ରରେ ସଠିକ ନାମ ଲେଖାଯିବା ନିଶ୍ଚିତ କରିବା ପାଇଁ ଏକ ଡିଏନଏ ପରୀକ୍ଷା କରିବେ। ଏବେ, ସେ ଆଶା କରୁଛନ୍ତି ଯେ ତାଙ୍କ ସନ୍ତାନ ଉଭୟଙ୍କୁ ‘ପାପା’ ବୋଲି ଡାକିବେ।