MUMBAI, INDIA: HDFC Bank officer attending customers at the bank branch in Mumbai, India. (Photo by Hemant Mishra/Mint via Getty Images)
ନୂଆଦିଲ୍ଲୀ,୬।୫: ଏଥର ୫ ଦିନ ଚାଲିବ ବ୍ୟାଙ୍କ। ଭାରତର ବ୍ୟାଙ୍କ କର୍ମଚାରୀମାନେ ସପ୍ତାହରେ ୫ଦିନ କାମ କରି ୨ଦିନ ଛୁଟି ପାଇପାରିବେ। କର୍ମଚାରୀମାନେ ସୋମବାରରୁ ଶୁକ୍ରବାର ଯାଏ କାମ କରିବେ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ଏମ୍ଫେଲାଇ ଏବଂ ଇଣ୍ଡିଆନ୍ ବ୍ୟାଙ୍କ୍ ଆସୋସିଏଶନ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି କରୁଛି।
ପ୍ରଚଳିତ ବ୍ୟବସ୍ଥାରେ ବ୍ୟାଙ୍କ କର୍ମଚାରୀମାନେ ମାସର ପ୍ରତ୍ୟେକ ରବିବାରରେ ଛୁଟି ପାଇବା ସହ ୨ଟି ଶନିବାର କାମ କରୁଛନ୍ତି। ମାସର ପ୍ରଥମ ଏବଂ ଶେଷ ଶନିବାର ବ୍ୟାଙ୍କ ବର୍ତ୍ତମାନ ଛୁଟି ରହୁଛି। ତେବେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଲେ ମାସର ପ୍ରତିଟି ଶନିବାର ବ୍ୟାଙ୍କ ବନ୍ଦ ରହିବ।
ତେବେ ଏଥିପାଇଁ ବ୍ୟାଙ୍କ କର୍ମଚାରୀମାନେ ପ୍ରତିଦିନ ୪୦ମିନିଟ୍ରୁ ଅଧିକ କାମ କରିବାକୁ ହେବ। ବ୍ୟାଙ୍କ କର୍ମଚାରୀ ସକାଳ ୫ଟା ୪୫ରୁ ସା ୫.୩୦ଯାଏ କାମ କରିବେ।ତେବେ ବର୍ତ୍ତମାନ ଏହି ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟ ମଞ୍ଜୁରୀ ଅପେକ୍ଷାରେ ରହିଛି।