ନୂଆଦିଲ୍ଲୀ,୩୧।୫: IPL 2025ର ପ୍ରଥମ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ପରାସ୍ତ କରି RCB ଫାଇନାଲରେ ପ୍ରବେଶ କରିଛି। IPL 2025ର ଫାଇନାଲ ୩ ଜୁନରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। IPL ଇତିହାସରେ ଚତୁର୍ଥ ଥର ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ଫାଇନାଲରେ ପହଞ୍ଚିଛି। ବର୍ତ୍ତମାନ ଫାଇନାଲରେ, ଏହା ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ପଞ୍ଜାବ କିଙ୍ଗସ ସହିତ ମୁକାବିଲା କରିବ। IPL 2025 ଫାଇନାଲ ଭେନ୍ୟୁ ଅର୍ଥାତ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ RCB ର ରେକର୍ଡ ଭଲ ରହିଛି।
IPL ଇତିହାସରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୬ଟି ମ୍ୟାଚ ଖେଳିଛି। ଏଥିରେ, ଏହା ୩ ଥର ଜିତିଛି ଏବଂ ୩ ଥର ହାରିଛି। ଏହି ସଂଖ୍ୟା RCBର ବର୍ତ୍ତମାନର ଦଳ ସହିତ ମେଳ ଖାଉନାହିଁ, କାରଣ IPL ୨୦୨୫ରେ, ବେଙ୍ଗାଲୁରୁର ବ୍ୟାଟିଂ ଏବଂ ବୋଲିଂ ଲାଇନ ଅପ ପୂର୍ବ ଅପେକ୍ଷା ବହୁତ ଭଲ ହୋଇଛି।
ବିଶେଷକରି ବିରାଟ କୋହଲିଙ୍କ ନରେନ୍ଦ୍ର ମୋଦି ଷ୍ଟାଡିୟମରେ IPL ହାରାହାରି ୫୪.୭୫। ସେ ଏହି ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ରେ ୨୧୯ ରନ କରିଛନ୍ତି, ଯେଉଁଥିରେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି। RCBର ବର୍ତ୍ତମାନର ଅଧିନାୟକ ରଜତ ପତିଦାରଙ୍କର ମଧ୍ୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରାୟ ୩୯ ରନ ଅଛି। ସମସ୍ତଙ୍କ ନଜର ଭୁବନେଶ୍ୱର କୁମାରଙ୍କ ଉପରେ ମଧ୍ୟ ରହିବ, ଯିଏ ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ୯ଟି ଉଇକେଟ ନେଇଛନ୍ତି ଏବଂ ତାଙ୍କର ବୋଲିଂ ହାରାହାରି ୧୧। ସାମଗ୍ରିକ ଭାବରେ, ଯଦି RCB ଫାଇନାଲରେ ଏକଜୁଟ ହୋଇ ପ୍ରଦର୍ଶନ କରିପାରିବ, ତେବେ କେହି ଏହାକୁ ଚାମ୍ପିଅନ ହେବାରୁ ରୋକିପାରିବେ ନାହିଁ।
IPL 2025ର ଫାଇନାଲ ଜୁନ ୩ରେ ଖେଳାଯିବ। ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗା ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଏହା ପରେ, ପୂର୍ବତନ RCB ଅଭିଜ୍ଞ ଖେଳାଳି ଡେଲ ଷ୍ଟେନ ଫାଇନାଲ ପୂର୍ବରୁ ଏକ ବୟାନ ଦେଇ କହିଚନ୍ତି, RCB IPL ଜିତିଛି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୦୯ ମସିହାରେ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଡେକାନ ଚାର୍ଜର୍ସ ଏହାକୁ ୬ ରନ୍ରେ ପରାସ୍ତ କରି ଟ୍ରଫି ଜିତିଥିଲା। ଏହା ୨୦୧୧ ମସିହାରେ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିଥିଲା, କିନ୍ତୁ ଏଥର ଏହାକୁ CSK ଆଗରେ ଆଣ୍ଠୁ ମାଡ଼ିବାକୁ ପଡିଥିଲା ଏବଂ ୫୮ ରନ୍ରେ ଫାଇନାଲ ମ୍ୟାଚ ହାରିଯାଇଥିଲା। ଆରସିବି ଶେଷ ଥର ପାଇଁ ୨୦୧୬ରେ ଫାଇନାଲ ଖେଳିଥିଲା, କିନ୍ତୁ ଏଥର ମଧ୍ୟ ସନରାଇଜର୍ସ ହାଇଦ୍ରାବାଦଠାରୁ ୮ ରନରେ ପରାସ୍ତ ହୋଇଥିଲା।