ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ହଂକଂ ସିକ୍ସେସ ଟୁର୍ନାମେଣ୍ଟକୁ ବିଜୟ ସହିତ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ମାତ୍ର ୧୮ ବଲ୍ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ମ୍ୟାଚକୁ ୬ ଉଇକେଟ୍ରେ ଜିତିଥିଲା। ଏହି ପୁଲ ବି ମ୍ୟାଚ୍ରେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜ୍ୟାକ ଉଡ ଏକ ଧମାକାଦାର ଇନିଂସ ଖେଳିଥିଲେ। ସେ ମାତ୍ର ୧୧ ବଲରେ ୫୫ ରନ କରି ଦଳକୁ ପଏଣ୍ଟ ଟେବୁଲ୍ର ଶୀର୍ଷରେ ପହଞ୍ଚାଇଥିଲେ। ଏହି ପୁଲ୍ରେ ଇଂଲଣ୍ଡ ତୃତୀୟ ଦଳ।
ହଂକଂ ସିକ୍ସେସ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ରେ ୮୮ ରନ୍ର ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ମାତ୍ର ୩ ଓଭରରେ କୌଣସି ଉଇକେଟ ନ ହରାଇ ବିଜୟୀ ହୋଇଥିଲା। ଡାହାଣହାତୀ ବ୍ୟାଟ୍ସମ୍ୟାନ ଜ୍ୟାକ ଉଡ ମାତ୍ର ୧୧ ବଲ୍ରେ ୫୫ ରନ କରି ୭ ଛକା ଏବଂ ୩ ଚୌକା ମାରି ୫୦୦ ଷ୍ଟ୍ରାଇକ ରେଟ୍ରେ ସ୍କୋର କରିଥିଲେ। ନିକ ହବସନ ୫ ବଲ୍ରେ ଅପରାଜିତ ୨୬ ରନ କରି ୨ ଚୌକା ଏବଂ ୩ ଛକା ମାରିଥିଲେ। ଏହି ମ୍ୟାଚ୍ରେ ପୂର୍ବରୁ ୟୁଏଇ ଏକ ବଡ଼ ସ୍କୋର୍ କରିପାରି ନ ଥିଲା।
ପ୍ରଥମେ ବ୍ୟାଟିଂ କରି UAE ଦଳ ୬ ଓଭରରେ ୩ ଉଇକେଟ ହରାଇ ମାତ୍ର ୮୭ ରନ କରିପାରିଥିଲା। ସାଗିର ଖାନ ୬ ବଲରେ ୪ ଛକା ସହାୟତାରେ ୨୪ ରନ କରିଥିଲେ। ମହମ୍ମଦ ଆରଫାନ ୧୪ ବଲରେ ୩ ଚୌକା ଏବଂ ୨ ଛକା ସହାୟତାରେ ୨୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଧିନାୟକ ଖାଲିଦ ଶାହ ୫ ବଲରେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୧ ରନ କରିଥିଲେ। ଜାହିଦ ଅଲି ୫ ବଲ ରେ ଗୋଟିଏ ଚୌକା ଏବଂ ୨ ଛକା ସହାୟତାରେ ୧୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ପାଇଁ କ୍ରିସ ଗ୍ରୀନ ଗୋଟିଏ ଓଭରରେ ୧୯ ରନ ଦେଇ ୨ ଉଇକେଟ ନେଇଥିଲେ। ଜ୍ୟାକ ଉଡ ୨ ଓଭରରେ ୧୩ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ଜ୍ୟାକ ଉଡ ତାଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
୨୯ ବର୍ଷୀୟ ଜ୍ୟାକ ଉଡ ୨୦୨୦ ମସିହାରେ ବ୍ରିସବେନ ହିଟ ପାଇଁ ବିଗ ବ୍ୟାଶ ଲିଗ ଡେବ୍ୟୁ କରିଥିଲେ। ସେ ଏହି ଲିଗରେ ୬ ମ୍ୟାଚ ଖେଳିଥିଲେ। ସେ ୧୯.୫୦ ହାରରେ ୧୧୭ ରନ କରିଥିଲେ ଏବଂ ଦୁଇଟି ଉଇକେଟ ନେଇଥିଲେ। ଜ୍ୟାକ ଉଡ ଗତବର୍ଷ ହଂକଂ ସିକ୍ସେସ ଟୁର୍ନାମେଣ୍ଟରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଟୁର୍ନାମେଣ୍ଟର ସେମିଫାଇନାଲ୍ରେ ପାକିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।