ଏହି ଟିମ୍‌ ହେବ ଆଇପିଏଲ୍‌ ଚାମ୍ପିୟନ: ବଡ଼ ଭବିଷ୍ୟବାଣୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୫: IPL 2025ର ପ୍ଲେଅଫରେ ପହଞ୍ଚିଥିବା ୪ଟି ଦଳ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ପଞ୍ଜାବ କିଙ୍ଗସ, ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏମାନଙ୍କ ମଧ୍ୟରୁ ବେଙ୍ଗାଲୁର ଏବଂ ପଞ୍ଜାବ କେବେ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତି ନାହାଁନ୍ତି। ପ୍ରଥମ କ୍ୱାଲିଫାୟର ୧ରେ ବେଙ୍ଗାଲୁରୁ ପଞ୍ଜାବକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ, ଏଲିମିନେଟରରେ ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ମୁହାଁମୁହିଁ ହେବେ। ଏବେ ଅଷ୍ଟ୍ରେଲିୟ କିମ୍ବଦନ୍ତୀ ଶେନ ୱାଟସନ IPL 2025 ର ବିଜେତା ବିଷୟରେ ଭବିଷ୍ୟବାଣୀ କରିଛନ୍ତି।

ଶେନ ୱାଟସନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି, ଏଥର RCB ଟ୍ରଫି ଜିତିବାକୁ ଯାଉଛି। ସେ କହିଛନ୍ତି, IPL 2025 ର ବିଜେତା କିଏ ହେବ? ମୁଁ ବହୁତ ଦିନ ଧରି ଏହା ବିଷୟରେ ଭାବୁଥିଲି, ମୋ ଦୃଷ୍ଟିରେ RCB ଚାମ୍ପିଅନ ହେବ। ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚ ବିରାଟ କୋହଲି ହେବେ।

PL 2025 ରେ, ବିରାଟ କୋହଲି ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୩ଟି ମ୍ୟାଚ୍‌ରେ ୬୦.୨୦ର ଅବିଶ୍ୱସନୀୟ ହାରରେ ୬୦୨ ରନ କରିଛନ୍ତି। ବିରାଟ ଏହି ସିଜିନରେ ସର୍ବାଧିକ ଅର୍ଦ୍ଧଶତକ (୮) ମଧ୍ୟ କରିଛନ୍ତି। ବିରାଟ IPLରେ ଲଗାତାର ତୃତୀୟ ସିଜିନ ପାଇଁ ୬୦୦ ରୁ ଅଧିକ ରନ କରିଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଶେଷ ଥର ପାଇଁ ୨୦୧୬ରେ IPLର ଫାଇନାଲ ମ୍ୟାଚ ଖେଳିଥିଲା। ୯ ବର୍ଷ ପରେ, ରଜତ ପଟିଦାରଙ୍କ ଅଧିନାୟକତ୍ୱରେ, RCB କେବଳ ଚତୁର୍ଥ ଥର ପାଇଁ IPL ଫାଇନାଲ ଖେଳିବ।

Share