ବିକାଶରେ ଶୂନ୍ୟସ୍ଥାନ ସୃଷ୍ଟି କଲେ ଏହି ପ୍ରଗତିଶୀଳ ନେତା

ଦିଗପହଣ୍ଡି,୨୦ା୪(ଅଶେଷ ନାଥ ମିଶ୍ର): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ବିୟୋଗରେ ଭାରତୀୟ ଆଇନଜୀବୀ ସଂଘର ଜାତୀୟ ପରିଷଦ ସଭ୍ୟ ହରପ୍ରସାଦ ରଥ ଶୋକ ପ୍ରକାଶ କରି ଦିବାକର ନାୟକଙ୍କ ବିୟୋଗ ବାମପନ୍ଥୀ ଲଢେଇ ତଥା ପ୍ରଗତିଶୀଳ ବିକାଶରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଥିବା କହିଛନ୍ତି। ସେହିଭଳି ସିପିଆଇ ଗଞ୍ଜାମ ଜିଲା କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଶ୍ରମିକ ସଙ୍ଗଠନ ଏଆଇଟିୟୁସିର ସାଧାରଣ ସମ୍ପାଦକ ଅଳକ ନାଥ ମିଶ୍ର, ସିପିଆଇ ବଡ଼ଖେମୁଣ୍ଡି ଜୋନାଲ ସମ୍ପାଦକ କିଶୋର କୁମାର ଶତପଥୀ, ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର, ଏସ. ଦୈତାରି ରେଡ୍ଡୀ, କବି ବୃନ୍ଦାବନ ପଣ୍ଡା, କୃଷକ ନେତା ଶମ୍ଭୁ ପଣ୍ଡା, ପ୍ରକାଶ ଚନ୍ଦ୍ର ସେଠୀ, ପୁରୁଷୋତ୍ତମ ବେହେରା, ସିପିଏମ୍‌ ଗଞ୍ଜାମ ଜିଲା କମିଟି ପ୍ରାକ୍ତନ ସମ୍ପାଦକ କୈଳାସ ଚନ୍ଦ୍ର ଷଡ଼ଙ୍ଗୀ, ଆଇନଜୀବି କୁରେଶୁ ପଣ୍ଡା ପ୍ରମୁଖ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।