Categories: HomeHome Left

ଏକାକୀ ଜୀବନ ବିତାଉଥିଲେ ଦେଖାଦିଏ ଏହି ସମସ୍ୟା…

ସବୁବେଳେ ହସଖୁସିରେ ରହିବାକୁ କିଏ ବା ନ ଚାହେଁ? ହେଲେ ତାହା ଅନେକ ସମୟରେ ସମ୍ଭବ ହୋଇ ନ ଥାଏ। କେତେକ ଏକୁଟିଆ ଜୀବନ ବିତାଇବାକୁ ଭଲପାଆନ୍ତି। ହେଲେ ଏହା ଯଦି ଦୀର୍ଘ ବର୍ଷ ଧରି ଲାଗି ରହେ ତେବେ ତାହାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ‘ସ୍ମରଣ ଶକ୍ତି ଓ ଏକୁଟିଆପଣ’ ଶୀର୍ଷକ ବିଷୟକୁ ନେଇ ସିଡ୍‌ନୀ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଦୀର୍ଘ ସମୟ ଧରି ଏକୁଟିଆ ରହିଥିବା କେତେକ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। ଏହି ସମୟରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ସ୍ମରଣ ଶକ୍ତି ଉପରେ ପଡୁଛି ତାହାକୁ ବିଶେଷଜ୍ଞମାନେ ତନ୍ନ ତନ୍ନ କରି ତର୍ଜମା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ଦୀର୍ଘ ବର୍ଷ ଧରି ଏକୁଟିଆ ରହିବା ଦ୍ୱାରା ଏହାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ। ତେଣୁ ଏଭଳି ଅଭ୍ୟାସଠାରୁ ଦୂରେଇ ରହିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

Dharitri – Odisha’s No.1 Trusted Odia Daily