ଅଜିତ ପାଓ୍ବାରଙ୍କ ମୃତ୍ୟୁର ୨୫ ଦିନ ପୂର୍ବରୁ ହୋଇଥିଲା ଏମିତି ଭବିଷ୍ୟବାଣୀ, ଭିଡିଓ ଭାଇରାଲ ପରେ…

ମୁମ୍ବାଇ,୨୯ା୧: ବୁଧବାର ମହାରାଷ୍ଟ୍ର ରାଜନୀତି ପାଇଁ ଏକ ଦୁଃଖଦ ଦିନ ଥିଲା, କାରଣ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଏକ ବିମାନ ଦୁର୍ଘଟଣାରେ ମୃ୍‌ତ୍ୟୁ ଘଟିଛି। ଏହି ଦୁର୍ଘଟଣା ଖବର ଅଜିତ ପାଓ୍ବାରଙ୍କ ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଜ୍ୟୋତିଷ ୨୦୨୬ରେ ବିମାନ ଦୁର୍ଘଟଣାର ଭବିଷ୍ୟବାଣୀ କରୁଥିବାର ଶୁଣିବାକୁ ମିଳୁଛି। ଭାଇରାଲ ଭିଡିଓଟିକୁ ଏବେ ଅଜିତ ପାଓ୍ବାରଙ୍କ ଦୁର୍ଘଟଣା ସହିତ ଯୋଡ଼ାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଆତ୍ମଘୋଷିତ ଜ୍ୟୋତିଷ ଭାରତରେ ବିମାନ ଦୁର୍ଘଟଣାର ଭବିଷ୍ୟବାଣୀ କରୁଥିବାର ଦେଖାଯାଉଛି। ଭିଡିଓରେ, ବ୍ୟକ୍ତି ଜଣକ କହୁଛନ୍ତି, ‘ତୁମେ ଦେଖିବ, ଫେବୃଆରୀ ଏବଂ ମାର୍ଚ୍ଚ ପାଖାପାଖି ଭାରତରେ ଏକ ବିମାନ ଦୁର୍ଘଟଣା ହେବ। ମୁଁ ଏହା ଭବିଷ୍ୟବାଣୀ କରୁଛି ଏବଂ ଏହା ସତ୍ୟ ହେବ। ତୁମକୁ କହିବା ମୋର କାମ। ଭିଡିଓଟି ଜାନୁଆରୀ ୨ର ବୋଲି କୁହାଯାଉଛି। ଯାହା ସୋସିଆଲ ମିଡିଆରେ ଏକ ବିତର୍କ ସୃଷ୍ଟି କରିଛି ଯେ ଅଜିତ ପାଓ୍ବାରଙ୍କ ମୃ୍‌ତ୍ୟୁର ୨୫ ଦିନ ପୂର୍ବରୁ ଭବିଷ୍ୟବାଣୀ କରାଯାଇଥିଲା।

ବୁଧବାରଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ମୃତ୍ୟୁ ହୋଇଛି। ବିମାନରେ ଥିବା ସମସ୍ତ ପାଞ୍ଚ ଜଣ ଯାତ୍ରୀଙ୍କ ବି ମୃତ୍ୟୁ ହୋଇଛି। ଏବେ ଏହା ସାମ୍ନାକୁ ଆସିଛି ଯେ ଅଜିତ ପାଓ୍ବାରଙ୍କ ମୃତଦେହ ତାଙ୍କ ଘଣ୍ଟା ଦ୍ୱାରା ଚିହ୍ନଟ କରାଯାଇଥିଲା, ଯାହା ତାଙ୍କର ଶେଷ ପରିଚୟ ବୋଲି ପ୍ରମାଣିତ ହୋଇଥିଲା। ଏହା ଦୁର୍ଘଟଣା କେତେ ଭୟଙ୍କର ତାହା ସଜହରେ ଅନୁମେୟ।

astrologrankittyagiofficial ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଦ୍ୱାରା ଶେୟାର କରାଯାଇଥିବା ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷଲକ୍ଷ ଲୋକ ଦେଖିସାରିଛନ୍ତି ଏବଂ ଅନେକ ଏହାକୁ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆ ୟୁଜର୍ସମାନେ ଭିଡିଓ ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ଅନ୍ୟ ଜଣେ ଲେଖିଛନ୍ତି, ଏହାର ଅର୍ଥ ହେଉଛି ମୃତ୍ୟୁ ୨୫ଦିନ ପୂର୍ବରୁ ଭବିଷ୍ୟବାଣୀ କରାଯାଇଥିଲା। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଭବିଷ୍ୟକାରମାନଙ୍କୁ ହାଲୁକା ଭାବରେ ନିଅନ୍ତୁ ନାହିଁ।

Dharitri – Odisha’s No.1 Odia Daily