ଦୈନନ୍ଦିନ ଜୀବନରେ ମଣିଷକୁ ଟିକେ ମିଛ କହିବାକୁ ପଡ଼ିଥାଏ। ଯିଏ ଯେତେ ସଚ୍ଚୋଟ ହୁଅନ୍ତୁ ନା କାହିଁକି, ସେମାନେ ନିଶ୍ଚିତ ଭାବରେ ତାଙ୍କ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ ମିଛ କହିଥିବେ। କିନ୍ତୁ ମିଛ କହିବା ପରେ ଶରୀରର ଏମିତି ଏକ ଅଂଶ ଥାଏ ଯାହା ଗରମ ହୋଇଯାଏ। ହୁଏତ ଏହା ଖୁବ କମ ଲୋକ ଜାଣିଥିବେ।
ଦୁନିଆରେ ଅନେକ ସଚ୍ଚୋଟ ଲୋକ ଅଛନ୍ତି, କିନ୍ତୁ ବେଳେବେଳେ ଏମିତି କିଛି ପରିସ୍ଥିତି ଉପୁଜି ଥାଏ, ଯାହା ଫଳରେ ସେମାନେ ମିଛ କହିବାକୁ ବାଧ୍ୟ ହୋଇଥାନ୍ତି। ମିଛ କହିବା ପରେ ଅନେକଙ୍କ ମୁହଁରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାଯାଇଥାଏ। ଯେତେବେଳେ ବି ମିଛ କୁହାଯାଏ, ନାକ ଗରମ ହୋଇଯାଏ। ଏହାବ୍ୟତୀତ ଆଖି ଶୀଘ୍ର ବୁଜିବା ଆରମ୍ଭ କରିଦିଏ ଏବଂ ବେଳେବେଳେ ଆଖିର ରଙ୍ଗ ବଦଳିଯାଏ। କିଛି ଲୋକ ମିଛ କହିବା ପରେ ନାକ କୁଣ୍ଡାଇବା ମଧ୍ୟ ଆରମ୍ଭ କରିଦିଅନ୍ତି । ଏହାବ୍ୟତୀତ ଏପରି କରିବା ଦ୍ୱାରା କଥା କହିବାର ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ମିଛ କହୁଥିବା ବ୍ୟକ୍ତି ଶୀଘ୍ର ଶୀଘ୍ର କଥା କୁହନ୍ତି କିମ୍ବା ଆବଶ୍ୟକଠାରୁ ଅଧିକ କଥା ହୁଅନ୍ତି। ନଜର ଏଡାଇ କଥାବାର୍ତ୍ତା କରନ୍ତି। ଅନେକ ସମୟରେ ଅନ୍ୟ ବ୍ୟକ୍ତି ଏହା ବୁଝିପାରନ୍ତି। ବେଳେବେଳେ ମିଛ କହୁଥିବା ବ୍ୟକ୍ତିଙ୍କ ନାକ ଓ କାନ ଗରମ ହୋଇଯାଏ। ତେଣୁ ପରବର୍ତ୍ତୀ ସମୟରେ ମିଛ କହିବା ସମୟରେ ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ।