କଲମ୍ବୋ,୨୭ା୨: ନ୍ୟୁଜିଲାଣ୍ଡ ପେସ୍ ବୋଲର ମ୍ୟାଟ୍ ହେନ୍ରୀଙ୍କୁ ପୈତୃକ ଛୁଟି ମିଳିଛି। ତାଙ୍କ ସ୍ତ୍ରୀ ଦ୍ୱିତୀୟ ସନ୍ତାନର ଜଜନୀ ହେବାକୁ ଯାଉଥିବାରୁ ଇଂଲଣ୍ଡ ବିପକ୍ଷ ଟି୨୦ ବିଶ୍ୱକପ୍ ସୁପର-୮ ମ୍ୟାଚ୍ ପରେ ଶୁକ୍ରବାର ରାତିରେ ସେ ସ୍ବଦେଶ ଫେରିଛନ୍ତି।
ନ୍ୟୁଜିଲାଣ୍ଡ ଯଦି ଅଗ୍ରଗତି କରେ ତେବେ ହେନ୍ରୀ ଟୁର୍ନାମେଣ୍ଟକୁ ଫେରିପାରନ୍ତି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍ଜେଡ୍ସି) କହିଛି। ମୁଖ୍ୟ କୋଚ୍ ରବ୍ ଓ୍ବାଲ୍ଟର ହେନ୍ରୀଙ୍କୁ ଛୁଟି ମଞ୍ଜୁର କରିଛନ୍ତି।